ଭୁବନେଶ୍ୱର: ଓଡ଼ିଶା ଦକ୍ଷତା ବିକାଶ ପ୍ରାଧି କରଣର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁବ୍ରତ ବାଗଚୀ ଭୁବନେଶ୍ୱରସ୍ଥିତ ଟେକ୍ ସ୍ୱର ମାନଜମେଣ୍ଟ ସର୍ଭିସେସ ପ୍ରାଇଭେଟ୍ ଲିମିଟେଡ ସ୍କିଲ୍ ପ୍ରଶିକ୍ଷଣ ସଂସ୍ଥା ପରିଦର୍ଶନରେ ଯାଇଥିଲେ । ଏଠାରେ ସଂକଳ୍ପ ଯୋଜନାରେ ଦକ୍ଷତା ତାଲିମ୍ ନେଉଥିବା ଯୁବକ ଯୁବତୀଙ୍କ ସହ ସେ ଆଲୋଚନା କରିଥିଲେ । ସୂଚନା ଥାଉକି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧୀନରେ ଢେଙ୍କାନାଳ ଜିଲ୍ଲାର ୩୭ଜଣ ଯୁବକଯୁବତୀ "ସଂକଳ୍ପ" ଯୋଜନାରେ ଏଠାରେ ସୁରକ୍ଷା ସେବା ପ୍ରଦାନ ତାଲିମ ନେଉଛନ୍ତି । ସଂକଳ୍ପ ଯୋଜନା ଭାରତ ସରକାରଙ୍କ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରାଳୟର ଜୀବିକା ପ୍ରୋତ୍ସହନ ପାଇଁ ଦକ୍ଷତା ହାସଲ ଏବଂ ଜ୍ଞାନ ସଚେତନତା ପ୍ରଦାନ ଭିତ୍ତିକ କାର୍ଯ୍ୟକ୍ରମ ଅଟେ ।ଏହା ମାଧ୍ୟମରେ ଗୁଣାତ୍ମକ ଏବଂ ପରିମାଣିକ ଭାବେ ଉନ୍ନତ ମାନର ସ୍ୱଳ୍ପ ମିଆଦି ଦକ୍ଷତା ତାଲିମ ପ୍ରଦାନ କରାଯାଇଥାଏ ।ଉକ୍ତ ତାଲିମ୍ ଗ୍ରହଣ ପରେ ତାଲିମପ୍ରାପ୍ତ ଯୁବକ ଯୁବତୀ ମାନେ ବିମାନବନ୍ଦର ଓ ରେଲୱେ ଷ୍ଟେସନ ଭଳି ଗୁରୁତ୍ଵପୂର୍ଣ୍ଣ ସ୍ଥାନରେ ସେବା ଯୋଗାଇବେ । ଶ୍ରୀ ବାଗଚୀ ତାଲିମ୍ ଅନୁଷ୍ଠାନର ଭିତ୍ତିଭୂମି ଦେଖିବା ସହ ପ୍ରଦାନ କରାଯାଉଥିବା ତାଲିମ୍ ବିଷୟରେ ପଚାରି ବୁଝିଥିଲେ । ଏହି ପରିଦର୍ଶନ ସମୟରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ସଚିବ ଶ୍ରୀ ପିନାକୀ ପଟ୍ଟନାୟକ ଏବଂ ଟେକ୍ ସ୍ୱର ମାନେଜମେଣ୍ଟ ସର୍ଭିସେସ ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶକ ଶ୍ରୀ ଅଜିତ ନାରାୟଣ ମହାପାତ୍ର ଉପସ୍ଥିତ ଥିଲେ ।
ଦକ୍ଷତା ତାଲିମ ଅନୁଷ୍ଠାନ ପରିଦର୍ଶନ କଲେ ସୁବ୍ରତ ବାଗଚୀ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

