ଓଡ଼ିଶା ଗସ୍ତରେ କେନ୍ଦ୍ର ଗୃହ ମନ୍ତ୍ରୀ ଅଜୟ ମିଶ୍ର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ଆଜି ଓଡ଼ିଶା ଗ୍ରସ୍ତରେ ଆସିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅଜୟ ମିଶ୍ର । କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିଛି କଂଗ୍ରେସ । ଭୁବନେଶ୍ୱର ବିମାନବନ୍ଦର ଛକରେ ପୋଲିସ ସହ  ଧସ୍ତାଧସ୍ଟି ,ମନ୍ତ୍ରୀଙ୍କ ଗାଡ଼ିକୁ ଅଣ୍ଡାମାଡ଼ କରିଛନ୍ତି ଯୁବ କଂଗ୍ରେସ ସଦସ୍ୟ ।ଏହାପରେ ଶତାଧିକ କଂଗ୍ରେସ କର୍ମୀ ଙ୍କୁ ଅଟକ ରଖିଛି ପୋଲିସ୍ ।

 

ସୂଚନାଯୋଗ୍ୟ, ଅକ୍ଟୋବର ୩ ତାରିଖରେ ଲିଖମ୍ ପୁର ଖେରୀ ରେ ଚାଷୀମାନେ ଆନ୍ଦୋଳନ କରୁଥିବାବେଳେ ତାଙ୍କ ଉପରେ ଏକ ଗାଡ଼ି ମାଡ଼ି ଯାଇଥିଲା । ଏଥିରେ ୪ ଜଣ ଚାଷୀଙ୍କ ମୃତୁ ହୋଇଥିଲା ।ହୋଇଥିବା ଏହି ହିଂସାରେ ଆଉ ୪ ଜଣଙ୍କ ଜୀବନ ଯାଇଥିଲା ।ଏହି ଘଟଣାରେ ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ର ଙ୍କ ସଂପୃକ୍ତି  ରହିଛି ।ତେଣୁ ଏନେଇ ଅଭିଯୋଗ କରି ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିଛି କଂଗ୍ରେସ କର୍ମୀ ।

 

powered by social2s