ଭୁବନେଶ୍ୱର: ନଭେମ୍ବର ମାସ ପାଇଁ ସାରା ଓଡ଼ିଶାରେ କୋଭିଡ ଗାଇଡଲାଇନ ଜାରି କରିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର। ନଭେମ୍ବର ୧ ସକାଳ ୫ ଟାରୁ ଡିସେମ୍ବର ୧ ସକାଳ ୫ ଟା ପର୍ଯ୍ୟନ୍ତ ଲାଗୁ ହେବ ନୂଆ ଗାଇଡଲାଇନ। ମାସେ ଧରି ରାଜ୍ୟର ସବୁ ସହରାଞ୍ଚଳରେ ଲାଗୁ ହେବ ନାଇଟ କର୍ଫ୍ୟୁ। ରାତି ୧୦ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ ବଳବତ୍ତର ହେବ ଏହି ନାଇଟକର୍ଫ୍ୟୁ। ଏହି ସମୟରେ ଅତିରିକ୍ତ ନିୟମାବଳୀ ଜାରି କରିପାରିବେ ଜିଲ୍ଲାପାଳ ଓ କମିଶନର। ତେବେ ସମଗ୍ର ରାଜ୍ୟରେ ସପ୍ତାହନ୍ତ ସଟଡାଉନ କୋହଳ କରାଯାଇଛି। ସକାଳ ୫ ଟାରୁ ରାତି ୧୦ ଟା ପର୍ଯ୍ୟନ୍ତ ସବୁ ଦୋକାନ ବଜାର ଓ ମଲ ଖୋଲା ରହିବ। ତେବେ ରାଜ୍ୟରେ ବାଣ ବିକ୍ରି ଓ ବ୍ୟବହାର ପାଇଁ ଜାରି କରାଯିବ ସ୍ୱତନ୍ତ୍ର ଗାଇଡଲାଇନ।
powered by social2s

