ଭୁବନେଶ୍ୱର: ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ପବିତ୍ର ଦୀପାବଳୀ ଓ ମହାମାୟା ଶ୍ୟାମା କାଳୀ ପୂଜା ଅବସରରେ, ଆଲୋକର ପର୍ବ ପାଳନ କରାଯାଇଛି। ଏହି ଧାର୍ମିକ କାର୍ଯ୍ୟକ୍ରମରେ ଡ ଗୁରୁପ୍ରସାଦ ମହାପାତ୍ର, ମୀତେଶ ମାନସ ପାତ୍ର, ସୁଧୀର କୁମାର ଜେନା, କାଶୀନାଥ ମିଶ୍ର ପ୍ରବାଚକ ମାନଙ୍କୁ ସମ୍ମାନିତ କରାଯାଇଥିଲା, ଡ. ହରପ୍ରସନ୍ନ ଦାସ ସମସ୍ତଙ୍କୁ ଆତ୍ମସମୀକ୍ଷା କରି ନିଜକୁ ସ୍ୱଚ୍ଛ ଭାବେ ଗଢ଼ିବା ପାଇଁ ଆହ୍ୱାନ ଦେଇଥିଲେ, ନିଜର ଭୁଲ କୁ ସମୀକ୍ଷା କରି ନିଜକୁ ସୁଧାରିବା ନିମନ୍ତେ ଚେଷ୍ଟା କରିବାକୁ କହିଥିଲେ। ପରିଷଦ ପକ୍ଷରୁ ପ୍ରସ୍ତୁତ, ପଣ୍ଡିତ ଶ୍ରୀଯୁକ୍ତ ଦାଶରଥି ସାମନ୍ତରାୟ ଙ୍କ ଦ୍ଵାରା ପ୍ରାଞ୍ଜଳ ଭାବରେ ପ୍ରକାଶ "ବୈଷ୍ଣବ ଭାବନାରେ ଶ୍ରୀ ଜଗନ୍ନାଥ" ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚରଣରେ ସମର୍ପିତ କରାଯାଇଥିଲା, ସାରା ଜଗତର କଲ୍ୟାଣ ନିମନ୍ତେ କାର୍ଯ୍ୟକର୍ତା ଓ ସଦସ୍ୟ, ସଦସ୍ୟା ମାନେ ସମୂହ ଭାବେ ଶ୍ରୀଜଗନ୍ନାଥ ଅଷ୍ଟକମ ପାଠ କରିଥିଲେ। ସମୂହ ଭାବେ ମଧ୍ୟ ଦୀପ ଜାଳି ବଡ଼ବଡ଼ିଆ ମାନେ ଅନ୍ଧାର ରେ ଆସି ଆଲୁଅ ରେ ଯାଆନ୍ତୁ ବୋଲି ଅନୁରୋଧ କରିଥିଲେ ଏବଂ ପରେ ପରେ ଅନନ୍ତ୍ ବାସୁଦେବ ମନ୍ଦିରରୁ ଆସିଥିବା ପ୍ରସାଦ ସମସ୍ତେ ସେବନ କରିଥିଲେ, ଆଜିର କାର୍ଯ୍ୟକ୍ରମ ରେ ସଞ୍ଚିତ। ମହାନ୍ତି, ପ୍ରଭାତ କୁମାର ନନ୍ଦ ପଣ୍ଡିତ ଶ୍ରୀଯୁକ୍ତ ଦାଶରଥି ସାମନ୍ତରାୟ ନାରାୟଣ ମହାପାତ୍ର, ବଳକୃଷ ପଣ୍ଡା, ରବିନାରାୟଣ ମିଶ୍ର ଦାମୋଦର ସେନାପତି ଗୌରାଙ୍ଗ ନାୟକ, ଅଜୟ ହରିଚନ୍ଦନ, ଅଖିଳ କୁମାର ସାହୁ, ମନୋରଞ୍ଜନ ମହାନ୍ତି, ଲଲିତ ମୋହନ ପଣ୍ଡା, ଅଚ୍ୟୁତ ପ୍ରସାଦ ବେହେରା, ଶ୍ରୀନିବାସ ରାଓ, ତ୍ରିଲୋଚନ ନାୟକ, ବଂଶୀଧର ନାୟକ, ମୃତ୍ୟୁଞ୍ଜୟ ପଣ୍ଡା, ରବି ନାରାୟଣ ପଣ୍ଡା, ନିରଞ୍ଜନ ପଣ୍ଡା, ମୀରା ପଣ୍ଡା, ସୌଦାମିନୀ ପଣ୍ଡା କ।ମେଶ୍ୱର ରାଓ, ବିଷ୍ଣୁ ମୋହନ ମହାନ୍ତି ଓ ବହୁ ସଂଖ୍ୟାରେ ବରିଷ୍ଠ ସଦସ୍ୟ ଓ ସଦସ୍ୟା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ଦୀପାବଳି ଓ ମା ଶ୍ୟାମା କାଳୀ ପୂଜା ରେ ଆଲୋକର ପର୍ବ ପାଳିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

