ଭୁବନେଶ୍ୱର: ଓଡ଼ିଶା ଇଲେକ୍ଟ୍ରୋନିକ୍ସ ,ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେନା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଆଜି ନବରଙ୍ଗପୁର ଜିଲ୍ଲା ଗସ୍ତରେ ଯାଇ ଜିଲ୍ଲାର ସୂଚନା ପ୍ରଯୁକ୍ତି ଏବଂ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କରିଛନ୍ତି । ଆଜି ଅପରାହ୍ନରେ ଜିଲ୍ଲା ସର୍କିଟ ହାଉସ୍ ଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ବେହେରା ଜିଲ୍ଲାରେ ମୋବାଇଲ ନେଟୱର୍କ ର ସ୍ଥିତି ,ବିଭିନ୍ନ ଗ୍ରାମାଞ୍ଚଳ କୁ ଇଣ୍ଟରନେଟ ସୁବିଧା ସହ ଜିଲ୍ଲାର ଆଇଟି ଭିତ୍ତିଭୂମିର ସୃଢୁଡ଼ିକରଣ ହେଉ ଆଲୋଚନା କରିଥିଲେ ।ଏଥି ସହ ଜିଲ୍ଲାରେ ଖେଳପଡିଆ ର ବିକାଶ, ତୃଣମୁଣ ସ୍ତରରୁ ଖେଳାଳି ଚୟନ ,କ୍ରୀଡା ଭିତ୍ତିଭୂମିର ବିକାଶ ଏବଂ ଖେଳାଳୀମାନଙ୍କୁ ଆଧୁନିକ ତାଲିମ ଜରିଆରେ ଜିଲ୍ଲାର ଅଧିକ ଖେଳାଳି ସୃଷ୍ଟି କରିବା ସହ ସ୍ଥାନୀୟ କ୍ରୀଡାର ବିକାଶ ପାଇଁ କଣ ସବୁ ପଦକ୍ଷେପ ନିଆଯାଇପାରିବ ସେ ନେଇ ଅଧିକାରୀମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ ।ଆଜିର ଏହି ବୈଠକରେ ନବରଙ୍ଗପୁର ଜିଲ୍ଲାପାଳ ,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ,ଜିଲ୍ଲା କ୍ରୀଡା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଆସନ୍ତାକାଲି ମନ୍ତ୍ରୀ ଶ୍ରୀ ବେହେରା ଉମରକୋଟ ବ୍ଲକ୍ ଗ୍ରସ୍ତ କରିବା ସହିତ ସ୍ଥାନୀୟ ଅଧିକାରୀ, ପଞ୍ଚାୟତିରାଜ ପ୍ରତିନିଧି ଏବଂ ସ୍ଥାନୀୟ କ୍ରୀଡାବିତଙ୍କୁ ଭେଟିବା ସହ ଅଞ୍ଚଳର କ୍ରୀଡା ଭିତ୍ତିଭୂମି ଏବଂ ସୂଚନା ପ୍ରଯୁକ୍ତି ବିକାଶ ନେଇ ଆଲୋଚନା କରିବେ ।ସେହିପରି ଆସନ୍ତା ୭ ତାରିଖରେ ମନ୍ତ୍ରୀ ଚନ୍ଦାହାଣ୍ଡି ବ୍ଲକ୍ ଗ୍ରସ୍ତ କରିବା ସହ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି ।
ନବରଙ୍ଗପୁର ଜିଲ୍ଲାର ସୂଚନା ପ୍ରଯୁକ୍ତି ଓ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

