ମମିତା ମେହେର ହତ୍ୟା ମାମଲା: ଆଜି ଗଜପତି ଓ ଝାରସୁଗୁଡ଼ା ବନ୍ଦ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଗଜପତି/ ଝାରସୁଗୁଡ଼ା:ମମିତା ମେହେରଙ୍କ ପରିବାରକୁ ନ୍ୟାୟ ଦାବିରେ ଆଜି ବିଜେପି ପକ୍ଷରୁ ଗଜପତି ଓ ଝାରସୁଗୁଡ଼ା ବନ୍ଦ ଡାକରା ଦିଆଯାଇଛି ।ଗଜପତି ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ଦୋକାନ ବଜାର ବନ୍ଦ ରହିଛି । ଗାଡ଼ି ଚଳାଚଳ ଓ ବିଭିନ୍ନ ସ୍ଥାନକୁ ବସ ଚଳାଚଳ ମଧ୍ୟ ବନ୍ଦ ରହିଛି । ସେହିପରି ଝାରସୁଗୁଡ଼ା ଜିଲ୍ଲା ରେ ୮ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ସକାଳୁ ସକାଳୁ ବିଜେପି କର୍ମୀ ମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି ମମିତା ମେହେର ହତ୍ୟା ମାମଲାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ।ଏହି ବନ୍ଦ ଯୋଗୁଁ ସ୍କୁଲ, କଲେଜ ଓ ଦୋକାନ ବଜାର ବନ୍ଦ ରହିଛି।

powered by social2s