ବଙ୍ଗୋପସାଗରରେ ସୃଷ୍ଟି ହେବ ଦୁଇଟି ଲଘୁଚାପ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ୨ ଟି ଲଘୁଚାପ ।ଓଡ଼ିଶାରେ ନଭେମ୍ବର ଦ୍ୱିତୀୟ ଓ ତୃତୀୟ ସପ୍ତାହରେ ବର୍ଷା ହେବାର ସମ୍ଭାବନା ରହିଛି । ସୁମାତ୍ରା ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଉତ୍ତର ପଶ୍ଚିମ ଦିଗରେ ଗତିକରି କ୍ରମଶଃ ଘନୀଭୂତ ହେବ । ନଭେମ୍ବର ୯ ତାରିଖରେ ଏହା ଲଘୁଚାପର ପରଣିତ ହେବ । ଆସନ୍ତା ୧୨ ଓ ୧୩ ତାରିଖ ତାମିଲନାଡୁ ଓ ସଂଲଗ୍ନ ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁବାର ସମ୍ଭାବନା ରହିଛି । ତେବେ ଦକ୍ଷିଣ ଆରବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହେବାରେ ସମ୍ଭାବନା ଥିବାରୁ ସେଠାରୁ ପବନ ଠାଣି ହେବ । ତେଣୁ ବଙ୍ଗୋପସାଗରରେ ଲଘୁଚାପ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଭୁବନେଶ୍ୱର, ପୁରୀ ସମତେ ଉପକୂଳ ଅଂଚଳରେ ଆସନ୍ତା ୧୧ ଓ ୧୨ ତାରିଖରେ ବର୍ଷା ହେବାର ସମ୍ଭାବନା ରହିଛି ।

powered by social2s