ଯବାନଙ୍କ ଗୁଳିରେ ୪ ଯବାନ ମୃତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ମାଲକାନାଗିରି: ଜଣେ CRPF ଯବାନଙ୍କ ଗୁଳି ମାଡ଼ରେ ଆଉ ୪ ଜଣ ଯବାନଙ୍କ ମୃତୁ ହୋଇଛି । ସେହିପରି ୩ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି।ଛତିଶଗଡ଼ର ସୁକମା ଜିଲ୍ଲାର ଲିଙ୍ଗନପଲ୍ଲୀ CRPF କ୍ୟାମ୍ପ ଠାରେ ଘଟିଛି ଏହି ଘଟଣା । ଗୁଳି କରିଥିବା ଯବାନ ହେଲେ ରିତେଶ ରଞ୍ଜନ । ସେ ସକାଳୁ ଉଠୁ ଉଠୁ ନିଜ ସର୍ଭିସ ରାଇଫଲ ରୁ ଗୁଳି ଚାଲାଣ କରିଥିଲେ। ଏଥିରେ ସାତ ଜଣ ଜଣ ଗୁରୁତର ହୋଇଥିଲେ । ସେମାନଙ୍କୁ ତେଲେଙ୍ଗାନାର ଏକ ହସ୍ପିଟାଲ କୁ ନିଆଯାଇଥିଲା ।ସେଠାରେ ୪ ଜଣଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । କ୍ୟାମ୍ପରେ କୌଣସି କଥାକୁ ନେଇ ଯବାନ ମଧ୍ୟରେ ବଚସା ହୋଇଥିବାରୁ ଏପରି ଘଟଣା ଘଟିଥିବା ସୂଚନା ମିଳିଛି।

powered by social2s