କଳାହାଣ୍ଡି କ୍ରୀଡା ଛାତ୍ରାବାସ ପରିଦର୍ଶନ କଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଆଜି ପୂର୍ବାହ୍ନ ରେ କଳାହାଣ୍ଡି ଜିଲ୍ଲା କ୍ରୀଡା ଛାତ୍ରାବାସ ପରିଦର୍ଶନରେ ଯିବା ସହ କ୍ରୀଡା ଭିତ୍ତିଭୂମି ଏବଂ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି।

ମନ୍ତ୍ରୀ ଶ୍ରୀ ବେହେରା ଆଜି ଜିଲ୍ଲା କ୍ରୀଡା ଛାତ୍ରାବାସ ବୁଲି ଦେଖିବା ସହ ଏଠାକାର ସ୍ଥିତି ବିଷୟରେ ଜିଲ୍ଲା କ୍ରୀଡା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏଥି ସହିତ ବିଭିନ୍ନ ନିର୍ମାଣଧୀନ କାର୍ଯ୍ୟକୁ ମନ୍ତ୍ରୀ ଶ୍ରୀ ବେହେରା ବୁଲି ଦେଖିବା ସହ ଏହାର ତୁରନ୍ତ ପରିସମାପ୍ତି ନେଇ କ୍ରୀଡା ଅଧିକାରୀ ଙ୍କ ସହ ଆଲୋଚନା କରିଥିଲେ।ପରିଶେଷରେ ମନ୍ତ୍ରୀ ଶ୍ରୀ ବେହେରା ଛାତ୍ରାବାସ ର ଅନ୍ତେବାସୀ ଙ୍କୁ ଭେଟିବା ସହ ସେଠାକାର ସୁବିଧା,ଅସୁବିଧା, ଖାଦ୍ୟପେୟ, ତାଲିମ,କ୍ରୀଡା ସରଞ୍ଜାମ ଏବଂ କ୍ରୀଡା ଭିତ୍ତିଭୂମି ନେଇ ଆଲୋଚନା କରିଥିଲେ।

ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ କ୍ରୀଡା ପ୍ରତି ଭଲପାଇବା ଯୋଗୁଁ ଆଜି ଆମ ଓଡ଼ିଶା ସମଗ୍ର ବିଶ୍ୱରେ ଏକ ସ୍ଵତନ୍ତ୍ର ପରିଚୟ ହାସଲ କରିପାରିଛି।ଏଣୁ ମୁଖ୍ୟମନ୍ତ୍ରୀ ଙ୍କ ତଥା ରାଜ୍ୟର ସମ୍ମାନ ରକ୍ଷା ପାଇଁ ଆମକୁ ଭଲ ଖେଳ ପ୍ରଦର୍ଶନ କରିବାକୁ ପଡିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା ଅନ୍ତେବାସୀ ଙ୍କୁ କହିଥିଲେ। ଅନ୍ତେବାସୀ ମାନେ ମଧ୍ୟ କ୍ରୀଡା ମନ୍ତ୍ରୀଙ୍କୁ ପାଖରେ ପାଇ ବେଶ ଖୁସି ବ୍ୟକ୍ତ କରିବା ସହ ସରକାର କ୍ରୀଡା ଓ କ୍ରୀଡ଼ାବିତଙ୍କ ଉନ୍ନତି ପାଇଁ ଅନେକ ପଦକ୍ଷେପ ନେଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ସରକାର ପ୍ରତି କୃତଜ୍ଞତା ଜ୍ଞାପନ କରିଥିଲେ।

 

 

powered by social2s