ଭୁବନେଶ୍ୱର: ଆଜିକାଲି ପ୍ରାୟ ସମସ୍ତେ ନିଜ ଜନ୍ମ ଦିନରେ ସାଙ୍ଗ ସାଥୀଙ୍କୁ ଡାକି , ଜଳୁଥିବା ମହମ ବତୀକୁ ପାଟିରେ ଫୁଙ୍କି ଲିଭାଇ , କେକ୍ କାଟି Happy birthday କହି ଜନ୍ମୋତ୍ସବ ପାଳନ କରନ୍ତି । କିନ୍ତୁ ପ୍ରକୃତରେ ଏସବୁ ଆମ ଦେଶର ପରମ୍ପରା ନୁହେଁ । ଏସବୁ ବିଦେଶୀ ପରମ୍ପରା । ଶିକ୍ଷିତ ଓ ଜ୍ଞାନୀ ଲୋକେ ମଧ୍ୟ ଅନ୍ଧଭଳି ବିଦେଶୀ ପରମ୍ପରାକୁ ଅନୁକରଣ କରି ଜନ୍ମଦିନ ପାଳନ କରନ୍ତି । କିନ୍ତୁ ଜନ୍ମୋତ୍ସବ ପାଳନ ଦିନ ସେବା କାର୍ଯ୍ୟ। ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଓ ଶ୍ରୀ ଜଗନ୍ନାଥ ସେବା ପ୍ରତିଷ୍ଠାନ,ନିଶିଗନ୍ଧା ଖବର , ଖୋର୍ଦ୍ଧା, ଭୁବନେଶ୍ୱର ଅନେକ ଅନୁଷ୍ଠାନର ପ୍ରତିଷ୍ଠାତା ବଳରାମ ତରାଇ ଆଗାମୀ ୨୧ ତାରିଖ ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ଦିନ ପଡୁଥିବାରୁ , ବଳରାମ ତରାଇ ସେମିତି କିଛି କରନ୍ତି ନାହିଁ । ନିଜ ଜନ୍ମଦିନକୁ ଏକ ନିଆରା ଢଙ୍ଗରେ ପାଳନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରନ୍ତି । ବଳରାମ ତରାଇଙ୍କ ୰ ପିତା ବଲ୍ଲଭ ତରାଇ ଜଣେ ପରୋପକାରୀ ସମାଜସେବୀ ଥିଲେ । ବାଲ୍ୟ ବୟସରୁ ନିଜ ପିତାଙ୍କୁ ହରାଇଥିଲେ ମଧ୍ୟ ସେ ଭାଙ୍ଗି ନ ପଡ଼ି ନିଜ ପିତାଙ୍କ ପଥ ଅନୁସରଣ କରି ସମାଜର ସେବା କରିବା ସଙ୍ଗେ ସଙ୍ଗେ ସାହିତ୍ୟର ସେବା କରିବା ପାଇଁ ମନସ୍ଥ କରି ଆଜି ଜଣେ ସାହିତ୍ୟିକ ଓ ସମାଜସେବୀର ଆଖ୍ୟା ପାଇଛନ୍ତି । ଏଥିପାଇଁ ସେ ବହୁ ଅନୁଷ୍ଠାନରୁ ସମ୍ମାନିତ ଓ ସମ୍ବର୍ଦ୍ଧିତ ହୋଇ ପାରିଛନ୍ତି । ନିଜର ଧନ ବଳ ନଥିଲେ ବି ମନୋବଳ ଦ୍ବାରା ଅନେକ ଲୋକ ହିତକର କାମ କରି ହମସ୍ତଙ୍କର ପ୍ରଶ°ସାଭାଜନ ହୋଇ ପାରିଛନ୍ତି । ଗତ ବର୍ଷ ନିଜ ଜନ୍ମ ଦିନରେ କେକ୍ ନ କାଟି ବୃକ୍ଷ ରୋପଣ ଭଳି ଏକ ମହତ୍ କାମ କରିବା ସଙ୍ଗେ ସଙ୍ଗେ ନିଜର ଅଙ୍ଗଦାନ କରିବା ପାଇଁ ପ୍ରତିଶ୍ରୁତି ବଦ୍ଧ ହୋଇ ଥିଲେ । ଏଇ ବର୍ଷ ତା ୨୧- ୧୧ - ୨୧ ରିଖ ରେ ହରେକୃଷ୍ଣ ମହତାବଙ୍କ ଜନ୍ଜ ଜୟନ୍ତୀରେ ବଳରାମ ତରାଇଙ୍କ ଜନ୍ମ ଦିନ ପଡୁଛି । ସେ ଦିନ ମଧ୍ୟ ନିଜ ଜନ୍ମଦିନ ପାଳନ ନ କରି ସଭାପତି ଚକ୍ରଧର ତ୍ରିପାଠୀଙ୍କ ସହିତ କୌଣସି ଜରା ନିବାସ ବା ବୃଦ୍ଧାଶ୍ରମରେ ଶ୍ରମ ଦାନ ଓ ସେବା କାର୍ଯ୍ୟକରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ଜନ୍ମୋତ୍ସବ ପାଳନ ଦିନ ସେବା କାର୍ଯ୍ୟ ଶ୍ରୀ ତରାଇ ଗତ ବର୍ଷ ଜନ୍ମ ଦିନରେ ନିଜ ସମସ୍ତ ଅଙ୍ଗ ଦାନ କରି ବୋଲି ଘୋଷଣା କରିବା ସହ ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି।ସେ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରି ଅନେକ ଅନୁଷ୍ଠାନ ତରଫରୁ ତାଙ୍କୁ ସାହିତ୍ୟ ଓ ସମାଜ ସେବା ସମ୍ମାନରେ ଅନେକ ଥର ସମ୍ମାନିତ କରାଯାଇଛି ବିଭିନ୍ନ ଅନୁଷ୍ଠାନ ମାନଙ୍କରୁ ବିଭିନ୍ନ ଜିଲ୍ଲାରେ। ସେ ଜଣେ ଭାଷା ପ୍ରେମୀ ଓ ସମାଜସେବୀ ଭାବରେ ଓଡ଼ିଶାରେ ବେଶ୍ ଜଣାଶୁଣା । ଏଇ ଜନ କଲ୍ୟାଣ ଓ ଲୋକ ହିତକର କାର୍ଯ୍ୟପାଇଁ ନିଶିଗନ୍ଧା ପରିବାର ଆଜି ଗର୍ବିତ ।
ନିଆରା ଢଙ୍ଗରେ ଜନ୍ମଦିନ ପାଳନ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

