କେନାଲରେ ବୁଡ଼ି ଜଣେ ମୃତ, ବର୍ତ୍ତୀ ଗଲେ ଦୁଇ ସାଙ୍ଗ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ପଣ୍ଡି ଗାଁ ନିକଟ ଇନ୍ଦିରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଯୁବକ ହେଲେ ପାଣ୍ଡି ଗାଁ ର ତପି ମାଝୀ । ଗତକାଲି ସନ୍ଧ୍ୟାରେ ଶୌଚ କରିବାକୁ ଗଲାବେଳେ ଜଣେ ଯୁବକ ପାଣିରେ ଭାସିଯାଇ ଥିଲେ । ତା ପରେ ଦୁଇ ସାଙ୍ଗ ତାଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ। ତେବେ ଉଦ୍ଧାର କରିବାକୁ ଯାଇଥିବା ବେଳେ ଦୁଇ ସାଙ୍ଗଙ୍କ ମଧ୍ୟରୁ ଜଣେ ନିଖୋଜ ହୋଇଯାଇଥିଲେ। ଆଜି ସକାଳୁ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି ।

powered by social2s