ଭୁବନେଶ୍ୱର: ବାର ବର୍ଷରୁ ଅଧିକ ବୟସର ପିଲାଙ୍କୁ କୋଭିଡ ଟିକା ଦେବା ଲାଗି "ଜାଇଡ଼ସ କାଡିଲା" କୁ କେନ୍ଦ୍ର ସରକାର ଏକ କୋଟି ଟୀକା ଅର୍ଡର ଦେଇଛନ୍ତି। ବାର ବର୍ଷର ପିଲାଙ୍କୁ ଦିଆଯାଇଥିବା "ଜାଇକୋଭ-ଡି" ଏକ ଛୁଞ୍ଚି ବିହୀନ ଟିକା। ଏହାକୁ ତିନୋଟି ଡୋଜରେ ଦେବା ପାଇଁ ଯୋଜନା କରାଯାଉଛି। ପ୍ରତି ଡୋଜ ର ଦାମ ୨୬୫ ଟଙ୍କା। ଟିକାର ଆପ୍ଲିକେସନ ଦାମ ୯୩ ଟଙ୍କା। ତେବେ ଏହି ଟୀକା କେବେ ଆସିବ ସେ ନେଇ ସ୍ପଷ୍ଟ ହୋଇନାହିଁ।
powered by social2s

