ଭୁବନେଶ୍ୱର: ଆଜି ଭୁବନେଶ୍ୱର ଲୋକ ସେବା ଭବନରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଙ୍କ ମଧ୍ୟରେ ବୈଠକ ଫଳପ୍ରଦ ହୋଇଛି।
ଉଭୟ ରାଜ୍ୟର ସ୍ଵାର୍ଥକୁ ଦୃଷ୍ଟିରେ ରଖି ସମସ୍ୟା ସମାଧାନ କରିବା ପାଇଁ ବାଟ ବାହାର କରିବାକୁ ନିଆଗଲା ନିଷ୍ପତ୍ତି।
ଦୁଇ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ନେଇ ସମାଧାନର ବାଟ ବାହାର କରାଯିବ।
ବୈଠକରେ କୋଟିଆ ବିବାଦ, ନେରେଡି ବ୍ୟାରେଜ ସମସ୍ୟାର ସମାଧାନ ପାଇଁ ହୋଇଛି ଆଲୋଚନା। ଝଞ୍ଜାବତୀ, ପୋଲାଭରାମ ପ୍ରକଳ୍ପ ସହ ବାହୁଦା ନଦୀରୁ ଜଳ ନିଷ୍କାସନ ନେଇ ଉଭୟ ରାଜ୍ୟ ମଧ୍ୟରେ ହୋଇଛି ଆଲୋଚନା।
ମାଓ ଦମନ ଓ ଗଞ୍ଜେଇ ଚାଷ ରୋକିବାକୁ ନିଆଯାଇଛି ମିଳିତ ନିଷ୍ପତ୍ତି।
ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଏବଂ ତେଲୁଗୁ ଭାଷାରେ ଚେଆର ପ୍ରତିଷ୍ଠା କରିବାକୁ ମଧ୍ୟ ନିଆଯାଇଛି ନିଷ୍ପତ୍ତି।
powered by social2s

