ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଂଜୟ କୁମାର ଦାସବର୍ମା ଙ୍କ ଅଧଃକ୍ଷତାରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ବିଭିନ୍ନ ସେତୁ ଓ ରାସ୍ତା ନିର୍ମାଣ ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶ୍ରୀ ଦାସବର୍ମା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ତିନିକୁଦି, କୂଅପଦା, ପଥରପଦା, ନିଖିଳ ଗୋବିନ୍ଦପୁର ଓ ସିରୁଳି-କରମଳା ସେତୁର ନିର୍ମାଣ କାର୍ଯ୍ୟର ଅଗ୍ରଗତି ଉପରେ ଗୁଋତ୍ୱାରୋପ କରିବା ସହ ସେତୁଗୁଡିକୁ ଶୀଘ୍ର ପୂର୍ଣାଙ୍ଗ କରିବା ପାଇଁ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି କୃଷ୍ଣ ପ୍ରସାଦ ବ୍ଲକର ମିର୍ଜାପୁର ବସ୍ତିରେ ଜମୁଥିବା ପାଣିର ନିଷ୍କାସନ ପାଇଁ ସୁବନ୍ଦୋବସ୍ତ କରିବା ନିମନ୍ତେ ଶ୍ରୀ ଦାସବର୍ମା ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ଏତଦବ୍ୟତୀତ କୃଷ୍ଣପ୍ରସାଦ ବ୍ଲକ ର ଚଢ଼େୟା ରାସ୍ତା,ବ୍ରହ୍ମଗିରି ବ୍ଲକ୍ ର ନାଣ୍ଡିପୁର ଓ ପୁରୀ ସଦର ବ୍ଲକର ଅଠରଭାଗ ରାସ୍ତା ର ଆବଶ୍ୟକତା ଅନୁଯାୟୀ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ବିଭାଗୀୟ ଅଧିକାରୀ ମାନଙ୍କୁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟ କରିବା ପାଇଁ ଶ୍ରୀ ଦାସବର୍ମା ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ ଗ୍ରାମ୍ୟ ନିର୍ମାଣ ର ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ପ୍ରଦୀପ ସାମଲ, ମୁଖ୍ୟଯନ୍ତ୍ରୀ, କୋଠାବାଡ଼ି ଓ ସେତୁ ଶ୍ରୀ ରମେଶ ବେହେରା, ଭୁବନେଶ୍ୱର ମଣ୍ଡଳର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଶ୍ରୀ ସତ୍ୟନାରାୟଣ ବେହେରା, ପୁରୀ ଗ୍ରାମ୍ୟ ଉନ୍ନୟନ ବିଭାଗ ର ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ରାମପ୍ରସାଦ ଆଚାର୍ଯ୍ୟଙ୍କ ସମେତ ପୁରୀ ଓ ବ୍ରହ୍ମଗିରି ଗ୍ରାମ୍ୟ ଉନ୍ନୟନ ବିଭାଗ ଉପଖଣ୍ଡ ଅଧିକାରୀ, ସହକାରୀ ଯନ୍ତ୍ରୀ,କନିଷ୍ଠ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।
ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ବିଭିନ୍ନ ସେତୁ ଓ ରାସ୍ତା ନିର୍ମାଣ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

