ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପରିସରରେ ଆଜି ମା ରମାଦେବୀ ତୃତୀୟ ସ୍ମାରକୀ ବକ୍ତୃତମାଳା ଅଧ୍ୟାପକ ବିଶ୍ୱରଞ୍ଜନ ପ୍ରଦାନ କରିଛନ୍ତି। କୁଳପତି ଅପରାଜିତା ଚୌଧୁରୀ ଙ୍କ ଅଧଃକ୍ଷତାରେ ଅନୁଷ୍ଠିତ ସଭାରେ ଅଧ୍ୟାପକ ବିଶ୍ୱରଞ୍ଜନ କହିଥିଲେ ଯେ ଶିକ୍ଷା ବିନା ବିକାଶ ଅସମ୍ପୂର୍ଣ୍ଣ। ଶାରିରୀକ ଓ ଅର୍ଥନୈତିକ ବିକାଶରେ ମଣିଷ ବ୍ୟକ୍ତିତ୍ୱର ସମ୍ପୂର୍ଣ୍ଣ ବିକାଶ ହୋଇପାରିବ ନାହିଁ।ଏଥି ପାଇଁ ଶିକ୍ଷା ଆବଶ୍ୟକ।ମା ରମାଦେବୀ ଙ୍କ ତ୍ୟାଗ ଓ ଆଦର୍ଶ ରୁ ଛାତ୍ରୀମାନେ ଅନୁପ୍ରାଣିତ ହେବା ଉଚିତ।ନାରୀ ସକଳ ଶକ୍ତିର ଆଧାର।ଆଗାମୀ ଦିନର ସଂଘର୍ଷ ପାଇଁ ଛାତ୍ରୀମାନେ ନିଜକୁ ପ୍ରସ୍ତୁତ କରିବା ଆବଶ୍ୟକ।ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଆଇ.ସି.ଏମ୍. ଆର ର ନିର୍ଦ୍ଦେଶକା ଡକ୍ଟର ସଙ୍ଘମିତ୍ରା ପତି କୋଭିଡ ବିକଳ୍ପ ପରିଚାଳନା ସମ୍ପର୍କରେ ଆଲୋକପାତ କରିଥିଲେ।ବିକଳ୍ପ ଔଷଧ ର ବର୍ଣ୍ଣନା ଗୁରୁତ୍ୱପୂର୍ଣ ବୋଲି ସେ ମତବ୍ୟକ୍ତ କରିଥିଲେ।କୁଳପତି ପ୍ରଫେସର ଚୌଧୁରୀ ମା ରମାଦେବୀ ଙ୍କ ଆଦର୍ଶ ସମ୍ପର୍କରେ ଭବିଷ୍ୟତ ପିଢ଼ି ଜାଣିବାରେ ଆବଶ୍ୟକତା ଅଛି ବୋଲି ମତବ୍ୟକ୍ତ କରିଥିଲେ।ପ୍ରଫେସର ସସ୍ମିତା ମହାନ୍ତି ବକ୍ତବ୍ୟ ରଖିଥିଲା ବେଳେ ପ୍ରଫେସର ମଧୁସ୍ମିତା ପତି ସ୍ୱାଗତ ଭାଷଣ ଦେଇଥିଲେ।ଡ଼ଃ ସବାହତ ତାବ୍ରିଦ ଧନ୍ୟବାଦ ଅର୍ପଣ କରିଥିଲେ।ଡ଼ଃ ସ୍ନେହା ଦାସ ଓ ମନୀଷା ମିଶ୍ର ସଭା ପରିଚାଳନା କରିଥିଲେ। ବିଶ୍ୱବିଦ୍ୟାଳୟ ଉତକର୍ସ କେନ୍ଦ୍ର ଦ୍ୱାରା ଏହି ସଭା ଆୟୋଜନ କରାଯାଇଥିଲା।
ତୃତୀୟ ରମାଦେବୀ ସ୍ମାରକୀ ବକ୍ତୃତାମାଳା ଅନୁଷ୍ଠିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

