ଭକ୍ତ ଦାସିଆ ଶିରୋମଣି ପୀଠ ରେ ପୂଜକ, ବୃଦ୍ଧ ବ୍ୟକ୍ତି ଓ ମଠର ମହନ୍ତ ମାନଙ୍କୁ କମ୍ବଳ ବଣ୍ଟନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭକ୍ତ ଦାସିଆ ଶିରୋମଣି ପୀଠ, ବାଲିଗାଁ ରେ ଶୀତ ଦିନେ ଘୋଡ଼ିହେବା ପାଇଁ ପୂଜକ, ବୃଦ୍ଧ ବ୍ୟକ୍ତି ଓ ମଠର ମହନ୍ତ ଓ ଅନ୍ୟ ମାନଙ୍କୁ କମ୍ବଳ ବଣ୍ଟା ଯାଇଥିଲା। ଭକ୍ତ ଦାସିଆ ଶିରୋମଣି ଙ୍କ ଜନ୍ମ ଦିବସ ତା୧୫.୧୧.୨୧ ଦିନ ପାଳନ ନିମନ୍ତେ ବିଭିନ୍ନ କାର୍ଯ୍ୟ ଯଥା ଷ୍ଟେଜ, ଫୁଲ, ସାଉଣ୍ଡ, ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଓ ଅନ୍ୟାନ୍ୟ ବିଷୟରେ ସଦସ୍ୟ ମାନଙ୍କ ସହିତ ଆଲୋଚନା କରାଯାଇ ବିହିତ ପଦକ୍ଷେପ ନେବାକୁ ସ୍ଥିର କରାଗଲା। ଆଜିର କାର୍ଯ୍ୟକ୍ରମ ରେ ଶ୍ରୀ ନାରାୟଣ ମହାପାତ୍ର, ସମ୍ପାଦକ, ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ, ଶ୍ରୀ ଅଚ୍ୟୁତ ପ୍ରସାଦ ବେହେରା, ଶ୍ରୀ ଘନଶ୍ୟାମ ସ୍ୱାଇଁ, ସମ୍ପାଦକ, ଭକ୍ତ ଦାସିଆ ଶିରୋମଣି ପୀଠ, ରାହୁଲ ପଳେଇ ଓ ପୀଠ ର ପ୍ରମୁଖ ବ୍ୟକ୍ତି ମାନେ ଉପସ୍ଥିତ ହୋଇ ଆଲୋଚନା ରେ ଭାଗ ନେଇଥିଲେ।

powered by social2s