ଭୁବନେଶ୍ବର: ଷ୍ଟାନଫୋର୍ଡ ୟୁନିଭର୍ସିଟିର ଏକାଡେମିକ ଦ୍ଵାରା ଅନୁସନ୍ଧାନ କରାଯାଇ ପ୍ରକାଶ କରାଯାଇଥିବା ସ୍ମୋପୋସ୍ ପ୍ରକାଶନ ରିପୋର୍ଟରେ ବିଶ୍ୱର ଶ୍ରେଷ୍ଠ ୨% ବୈଜ୍ଞାନିକଙ୍କୁ ଚିହ୍ନଟ କରାଯାଇଛି ।
ଏଲ୍ସେଭିଅର ଦ୍ଵାରା ପ୍ରକାଶିତ ତଥ୍ୟ ଆଧାରରେ ବିଶ୍ଵର ଶ୍ରେଷ୍ଠ ୨% ବୈଜ୍ଞାନିକଙ୍କ ମଧ୍ୟରେ ସ୍ଥାନ ପାଇଥିବା ୮ ଜଣ ବୈଜ୍ଞାନିକ ସିଏସ୍ଆଇଆର ଇନଷ୍ଟିଚ୍ୟୁଟ ଅଫ ମିନେରାଲସ୍ ଆଣ୍ଡ ମ୍ୟାଟେରିଆଲସ୍ ଟେକ୍ନୋଲୋଜି ଭୁବନେଶ୍ଵର ସହ ଜଡିତ ।
ନିର୍ଦ୍ଦେଶକ ପ୍ରଫେସର ସୁଦ୍ଧାସତ୍ଵ ବାସୁ, ମୁଖ୍ୟ ବୈଜ୍ଞାନିକ, ଡ଼ ଏଲ୍.ଡି. ବେଶ୍ରା, ରାମାନୁଜଙ୍କ ସମ୍ବନ୍ଧରେ ଫେଲୋସିପ କରିଥିବା ବୈଜ୍ଞାନିକ ପିୟାଲି ଭଞ୍ଜ, ଏମରିଟିସ୍ ବୈଜ୍ଞାନିକ ଡ଼ ବିମଲ ପି.ସିଂ ଏବଂ ଏନର୍ଜି, ମ୍ୟାଟେରିଆଲସ୍, ଅର୍ଗାନିକ କେମିଷ୍ଟ୍ରି, ମେଡିସିନାଲ ଆଣ୍ଡ୍ ବାୟୋମୋଲେକ୍ୟୁଲାର କେମିଷ୍ଟ୍ରି, ମାଇନିଂ ଆଣ୍ଡ୍ ମେଟାଲ୍ୟୁର୍ଜି ଆଦି କ୍ଷେତ୍ରରୁ ଅବସର ନେଇଥିବା ମୁଖ୍ୟ ବୈଜ୍ଞାନିକ ଡ଼ ବିଶ୍ଵେଶର ଦାସ, ଡ଼ ଏସ୍.ବି. କାନୁନଗୋ, ଡ଼ ଏସ୍. ଆନନ୍ଦ, ଡ଼ କାଦମ୍ବିନୀ ଷଡଙ୍ଗୀ ଆଦିଙ୍କୁ ଏହି ସମ୍ମାନର ଶ୍ରେୟ ପ୍ରଦାନ କରାଯାଇଛି ।
ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକ ତାଲିକା ମଧ୍ୟରେ ସିଏସ୍ଆଇଆର-ଆଇଏମ୍ଏମଟିର ବୈଜ୍ଞାନିକ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

