ଭୁବନେଶ୍ୱର: ଆଜି ପବିତ୍ର କାର୍ତ୍ତିକ ଶୁକ୍ଳ ପକ୍ଷ ଏକାଦଶି ତିଥିରେ ବାଲିଗାଁ ତେଇସପୁର ଠାରେ ଅବସ୍ଥିତ ପୀଠରେ ଭକ୍ତ ଶିରୋମଣି ଦାସିଆ ଙ୍କ ଜନ୍ମ ଜୟନ୍ତୀ ଧୁମ ଧାମ ରେ ପାଳନ ହୋଇଛି।
ଭକ୍ତ ଦାସିଆ ଜଣେ ବୁଣାକାର ପରିବାରରେ ଜନ୍ମଗ୍ରହଣ କରିଥିଲେ। ସ୍ଵାମୀ ଓ ସ୍ତ୍ରୀ ଦୁଇ ଜଣ ଲୁଗା ବୁଣି ଚଳୁଥିଲେ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଙ୍କ ର ପରମ ଭକ୍ତ ଭାବରେ ପରିଚିତ ଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କ ହାତରୁ ନଡ଼ିଆ ନେଇଥିଲେ। ବିଭିନ୍ନ ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ତାଙ୍କର ସମର୍ପଣ ଭାବ ପ୍ରକାଶ ପାଇଥିଲା।
ଆଜି ଜନ୍ମ ଜୟନ୍ତୀ ଅବସରରେ ସ୍ମୃତି କମିଟି ପକ୍ଷରୁ ଦିନରେ ହୋମିଓପାଥିକ କ୍ୟାମ୍ପ ସହିତ ମାଗଣା ଔଷଧ ବଣ୍ଟନ ଓ ଆଖି ପରୀକ୍ଷାର କାର୍ଯ୍ୟକ୍ରମ ରୋଟାରୀ କ୍ଲବ ପକ୍ଷରୁ କରାଯାଇଥିଲା।
କମିଟି ପକ୍ଷରୁ ଆଧ୍ୟାତ୍ମିକ ପତ୍ରିକା "ଭାବ କୁ ନିକଟ"ର ଲୋକାର୍ପଣ କରାଯାଇଥିଲା।
ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ଭଜନ ଶ୍ରୀଦାମୋଦର ସେନାପତି, ବିମ୍ବାଧର ପଣ୍ଡା, ସୌଦାମିନୀ ପଣ୍ଡା ଭଜନ ପରିବେଷଣ କରିଥିଲେ।
ରମେଶ ସ୍ୱାଇଁ, ହେମନ୍ତ ସ୍ୱାଇଁ, ସୁଶୀଲ କୁମାର ପଟ୍ଟନାୟକ, କାମେଶ୍ଵର ରାଓ, ଲଲିତପଣ୍ଡା ଅଚ୍ୟୁତ ବେହେରା ଓ ଶ୍ରୀନିବାସ ରାଓ ସହଯୋଗ କରିଥିଲେ।
ସଭାପତି ଡ. ପ୍ରତିଭା ମହାରଥୀ ଙ୍କ ଅଧ୍ୟକ୍ଷତାରେ ହେଉଥିବା ସଭାରେ ମାନ୍ୟବର ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା ଶ୍ରୀ ପ୍ରଭାତ କୁମାର ନନ୍ଦ, ସମ୍ମାନୀୟ ଅତିଥି ଭାବରେ ଶ୍ରୀବିଷ୍ଣୁପଦ ରାଉତରାୟ, ବିଧାୟକ ଶ୍ରୀରୁଦ୍ର ପ୍ରତାପ ମହାରଥୀ ବିଧାୟକ ଯୋଗ ଦେଇଥିଲେ, ଶ୍ରୀ ସମର୍ଥ ବର୍ମା ପୁରୀ ଜିଲ୍ଲାପାଲ, ଶ୍ରୀ ପ୍ରଶାନ୍ତ କୁମାର ହୋତା ଜିନ୍ଦଲ ଷ୍ଟିଲ, ଶ୍ରୀ ନାରାୟଣ ମହାପାତ୍ର ସମ୍ପାଦକ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ, ଘନଶ୍ୟାମ ସ୍ୱାଇଁ ସମ୍ପାଦକ ଓ ଭକ୍ତ ଦାସିଆ ସ୍ମୃତି କମିଟି ର ସଦସ୍ୟ ଓ ସଦସ୍ୟା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ଗ୍ରାମବାସୀ ମାନେ ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରିଥିଲେ।
ଭକ୍ତ ଶିରୋମଣି ଦାସିଆ ଙ୍କ ଜନ୍ମ ଜୟନ୍ତୀ ବାଲିଗାଁ ରେ ପାଳିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

