ପୁରୀ ଓ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଚାରୋଟି ବୃହତ ପାନୀୟ ଜଳ ପ୍ରକଳ୍ପର କାର୍ଯ୍ୟ ଶ୍ରୀଘ୍ର ପୂର୍ଣ୍ଣାଙ୍ଗ ଉପରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଙ୍କ ଗୁରୁତ୍ବ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ଆଜି ଲୋକସଭା ଭବନରେ  ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଂଜୟ କୁମାର ଦାସ ବର୍ମା ଙ୍କ ଉପାଧ୍ୟକ୍ଷ ରେ ପୁରୀ ଓ ଗଞ୍ଜାମ ଜିଲ୍ଲାର ବୃହତ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ନେଇ ଏକ  ଜଳସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ରହ୍ମଗିରି ବ୍ଲକର ରାୟ ବିଧାର ପଞ୍ଚାୟତ  ସ୍ତିତ ଭଣ୍ଡାରିକୁଣ୍ଡ ଠାରେ ଥିବା ୫୯ ଟି ଗ୍ରାମ କୁ ଯୋଗାଇବାକୁ ଥିବା ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପର କାର୍ଯ୍ୟ ଶ୍ରିଘ୍ର ପୂର୍ଣ୍ଣାଙ୍ଗ କରିବା ଉପରେ ଶ୍ରୀ  ଦାସବର୍ମା ଗୁରୁତ୍ୱ ଆରୋପ କରିଛନ୍ତି ।ସେହିପରି ବ୍ରହ୍ମଗିରି ବ୍ଲକ୍ ର ୬୯ ଗୋଟି ଗ୍ରାମ ,କୃଷ୍ଣ ପ୍ରସାଦ ବ୍ଲକ୍ ର ୩୦ ଗୋଟି ଗ୍ରାମ,ଗଞ୍ଜାମ ଜିଲ୍ଲା ଏବଂ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୃଷ୍ଣ ପ୍ରସାଦ ବ୍ଲକ୍ ର ୯୨ ଟି ଗ୍ରାମ କୁ ରାଜ୍ୟ ସରକାର ମଞ୍ଜୁରୀ କରିଥିବା ଭୂତଳ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଅଧିକ ତ୍ଵରାନିତ କରିବା ପାଇଁ ବୈଠକ ରେ ଶ୍ରୀ ଦାସ ବର୍ମା ଗୁରୁତ୍ଵ ଦେଇଛନ୍ତି ।ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଯୋଗ ଦେଇ ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗର ବରିଷ୍ଠ ଅଧିକାରୀ ମାନଙ୍କୁ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଓ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ସଂପୃକ୍ତ ଅଞ୍ଚଳକୁ ଗ୍ରସ୍ତ କରି ଏକ ପୂର୍ଣ୍ଣାଙ୍ଗ ରିପୋର୍ଟ ୭ ଦିନ ମଧ୍ୟରେ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।ସେହିପରି  ୯୨ କୋଟି ଟଙ୍କା ବ୍ୟୟ ଅବସରରେ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୁରୀ ସଦର ବ୍ଲକର ୧୧ ଗୋଟି ଗ୍ରାମ ପଞ୍ଚାୟତର ବୃହତ ପାନୀୟ ଜଳ ପ୍ରକଳ୍ପର କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା ଉପରେ ଗୁରୁତ୍ବ ଦେଇ ଥିଲେ ଶ୍ରୀ ଦାସ ବର୍ମା ।ଆଜିର ବୈଠକ ରେ ମୁଖ୍ୟ  ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଅଶୋକ କୁମାର ମିନା ,ପାନୀୟ ଜଳ ଓ ପରିମଳ ନିର୍ଦେଶକ ,ବି ପରମେଶ୍ୱର ଏବଂ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ର ସର୍ବୋଚ୍ଚ ଯନ୍ତ୍ରୀ ଓ ମୁଖ୍ୟ ଯନ୍ତ୍ରୀ ପ୍ରମୁଖ ଉତ୍ସାହିତ ଥିଲେ ।

                           

 

powered by social2s