ଭୁବନେଶ୍ୱର: ରାଜ୍ୟସ୍ତରୀୟ ଡ. ହରେକୃଷ୍ଣ ମହତାବ ଜୟନ୍ତୀ କମିଟି ତରଫରୁ 122 ତମ ରାଜ୍ୟସ୍ତରୀୟ ଡ଼. ହରେକୃଷ୍ଣ ମହତାବ ଜୟନ୍ତୀ ସମାରୋହ ଆଜି ଅନୁଷ୍ଠିତ ହୋଇଯାଇଛି। ସମ୍ବର୍ଦ୍ଧନା ସମାରୋହରେ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ତଥା ଜଗନ୍ନାଥ ସେବା ସଦନ, ନିଶିଗନ୍ଧା ଖବର କାଗଜ ଅନେକ ଅନୁଷ୍ଠାନର ପ୍ରତିଷ୍ଠାତା ଓ ସମସ୍ତ କବି ଓ ଗାଳ୍ପିକ ଶ୍ରୀ ବଳରାମ ତରାଇ ହରେକୃଷ୍ଣ ମହତାବ କମିଟି ଟ୍ରଫି ଓ ଉତ୍ତରୀୟ ସମ୍ମାନ ସହ ସାହିତ୍ୟିକ ସମ୍ବର୍ଦ୍ଧନା ଦିଆଯାଇଛି। ଶ୍ରୀ ବଳରାମ ତରାଇ ବାଲ୍ୟକାଳରୁ ପିତାଙ୍କ ସ୍ମୁତିରେ ଡ. ହରେକୃଷ୍ଣ ମହତାବ ତାଙ୍କର କାର୍ଯ୍ୟକ୍ରମରେ ଶପଥ ପାଠ ସ୍ୱରୂପ ରାଜ୍ୟସ୍ତରୀୟ ଶିବିର, ଅଙ୍ଗାଦାନ ସେବା, ବିଭିନ୍ନ ସମାଜ ସେବା, ଓଡିଆ ଭାଷା ତଥା ସାହିତ୍ୟ ସଂସ୍କୃତିର ପ୍ରଚାର ପ୍ରସାର ଭାଷା ଅନୁଷ୍ଠାନ, ଜଗନ୍ନାଥ ସଂସ୍କୃତିର ଭାଷା ଏପରିକି ବିଭିନ୍ନ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ହାତକୁ ନେଇ ବିଭିନ୍ନ ମହଲରୁ ପ୍ରଶଂସିତ ହୋଇପାରିଥିବା ସହ ତାଙ୍କ ପ୍ରିୟ ଜନ୍ମଦିନରେ 2021 ମସିହାରେ ବିଭିନ୍ନ ବୃକ୍ଷ ରୋପଣ କରିବା ସହ ପ୍ରାୟ 44 ଜଣ ସାମ୍ବାଦିକ, ଗଣମାଧ୍ୟମ ପ୍ରତିନିଧି ଏବଂ ନର୍ସ ମାନଙ୍କୁ କରୋନା ଯୋଦ୍ଧାରେ ସମ୍ମାନିତ କରିବା ଭଳି ବହୁ କାର୍ଯ୍ୟକ୍ରମ ହାତକୁ ନେଇ ଅଛନ୍ତି l ତାଙ୍କର ଏହି କାର୍ଯ୍ୟକ୍ରମ ସହ ନିଜ ପ୍ରିୟ ଜନ୍ମଦିନକୁ ସାରା ବିଶ୍ୱର ପାଠକ ଏବଂ ପାଠିକା ମାନଙ୍କ ନିକଟରେ ପହଞ୍ଚେଇବା ତାଙ୍କର ପରମ ଉଦେଶ୍ୟ ରହିଅଛି l ଆଜି ମଧ୍ୟ ତାଙ୍କ ଜନ୍ମଦିନରେ ସେ କେକ୍ ନ କାଟି ବିଭିନ୍ନ ବୃଦ୍ଧାଶ୍ରମ, ସାମାଜିକ ଅନୁଷ୍ଠାନକୁ ଯାଇ ଖୁସି ବାଣ୍ଟି ସେମାନଙ୍କର ସ୍ନେହାଶିଷ ତଥା ଶୁଭେଚ୍ଛା ପାଇଥିବା ଦୃଷ୍ଟି ଗୋଚର ହୋଇଅଛି l ଏହି ପ୍ରରିପ୍ରେକ୍ଷୀରେ ଶ୍ରୀଯୁକ୍ତ ବଳରାମ ତରାଇ, ନିଶିଗନ୍ଧା ଭାଷା ପ୍ରତିଷ୍ଠାନ,ଖୋର୍ଦ୍ଧା,ଭୁବନେଶ୍ୱରର ପ୍ରାଣ ପ୍ରତିଷ୍ଠାତା ନିଜର ସାହିତ୍ୟ ତଥା ସମାଜ କ୍ଷେତ୍ରରେ ଅପୂର୍ବ ତ୍ୟାଗ ତଥା ସେବା ନିମନ୍ତେ ଡଃ ହରେକୃଷ୍ଣ ମହତାବ କମିଟି,ଭୁବନେଶ୍ୱର ତରଫରୁ ଡଃ ହରେକୃଷ୍ଣ ମହତାବ ସମ୍ମାନ-୨୦୨୧ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।
ନିଜର ଜନ୍ମଦିନ କୁ ନିଆରା ଢଙ୍ଗରେ ପାଳନ କଲେ ସମାଜସେବୀ ଶ୍ରୀ ବଳରାମ ତରାଇ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

