ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଦନ୍ଦରା ଗାଁ ନିକଟରୁ ୧୭ ଜଣ ଦାଦନ ଶ୍ରମିକ ଙ୍କୁ ଉଦ୍ଧାର କରିଛି ବଙ୍ଗୋମୁଣ୍ଡା ପୋଲିସ। ପେଟ୍ରୋଲିଂ କଲାବେଳେ ଗୋଟିଏ ବୋଲେରୋ ରେ ଓ ଅଟୋ ରେ ଶ୍ରମିକ ମାନେ ଯାଉଥିବାବେଳେ ପୋଲିସ ଜାଣିବାକୁ ପାଇ ଚଢାଉ କରି ସେମାନଙ୍କୁ ଉଦ୍ଧାର କରିଛି। ଶ୍ରମିକଙ୍କ ଭିତରେ ୮ ଜଣ ମହିଳା, ୫ ଜଣ ପୁରୁଷ ଓ ୪ ଜଣ ଶିଶୁ ଥିବା ସୂଚନା ମିଳିଛି । ଦାଦନ ସର୍ଦ୍ଦାର କୁ ଅଟକ ରଖିଛି ପୋଲିସ୍। ନୂଆପଡ଼ା ଜିଲ୍ଲା ସିନାପାଲି ଅଞ୍ଚଳରୁ ଶ୍ରମିକଙ୍କୁ ରାଜ୍ୟ ବାହାରକୁ ଚାଲାଣ କରାଯାଉଥିବା ସୂଚନା ମିଳିଛି ।
powered by social2s

