ଭୁବନେଶ୍ୱର: ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ, ପତିତପବନ ଶ୍ରୀଜଗନ୍ନାଥ ଆଞ୍ଚଳିକ ସେବା ସଂଘ, ରାଏରପୁର, ବାଲିକୁଦା ଓ ଗ୍ରାମବାସୀବୃନ୍ଦ ଙ୍କ ସହଯୋଗରେ ୧୦ ମ ବାର୍ଷିକ ଶ୍ରୀଜଗନ୍ନାଥଙ୍କ ପଞ୍ଚରାତ୍ର କାର୍ଯ୍ୟକ୍ରମ କରାଯାଉଛି।
ଓଡ଼ିଶାର ପ୍ରଖ୍ୟାତ ପ୍ରବଚକ ପଣ୍ଡିତ ଶ୍ରୀଯୁକ୍ତ ଦାଶରଥି ସାମନ୍ତରାୟ ୫ ଦିନ ଧରି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଗାଥା ସୁଣାଇବେ, ସ୍କନ୍ଦପୁରାଣରେ ବର୍ଣ୍ଣିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦିବ୍ୟାଲିଲାମୃତ ପ୍ରକାଶ କରାଯିବ।
ଆଜିର ଏହି ଉଦଘାଟନ ସମାରୋହରେ ପଣ୍ଡିତ ଶ୍ରୀଯୁକ୍ତ ଦାଶରଥି ସାମନ୍ତରାୟ, ଶ୍ରୀ ନାରାୟଣ ମହାପାତ୍ର ସମ୍ପାଦକ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ, ସୁରେଶ ଚୌଧୁରୀ, ଲଲିତ ମୋହନ ପଣ୍ଡା, ଦୁର୍ଯୋଧନ ସାହୁ, କାମେଶ୍ୱର ରାଓ, ଶ୍ରନିବାସ ରାଓ, ରାହୁଲ ପଳେଇ ଓ ଗ୍ରାମବାସୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ପଞ୍ଚରାତ୍ର ପୂଜାର ପ୍ରଥମ ଦିନର ବିଷୟ ସହ ଜଗନ୍ନାଥଙ୍କ ସଙ୍କୀର୍ତ୍ତନ କରାଯିବା ଶହ ଅନ୍ୟାନ୍ୟ ମହାପ୍ରଭୁଙ୍କ ଲୀଳା ବିଷୟରେ ଆଲୋଚନା କରାଯାଇଥିଲା।
powered by social2s

