ସୁବର୍ଣ୍ଣପୁର ଜିଲ୍ଲାରେ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ)ରେ ସାମିଲ ହେଲା ସୁବର୍ଣ୍ଣପୁର ଜିଲ୍ଲା। ଭର୍ଚୁଆଲ୍ ମାଧ୍ୟମରେ ବିଏସକେୱ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ଦ୍ୱାରା ଜିଲ୍ଲାର ୧ ଲକ୍ଷ ୫୩ ହଜାର ହିତାଧିକାରୀ ଉପକୃତ ହେବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସୁବର୍ଣ୍ଣପୁର ଜିଲ୍ଲା ପାଇଁ ୩୦୦ କୋଟିର ପ୍ରକଳ୍ପ ଶୁଭାରମ୍ଭ କରି ମୁଁ ବହୁତ ଖୁସି। ଏଭଳି ସ୍ୱାସ୍ଥ୍ୟ ସୁବିଧା ପ୍ରଦାନ କରିବାରେ ଓଡିଶା ଦେଶରେ ପ୍ରଥମ ରାଜ୍ୟ। ମୁଁ ଚାହେଁ- ଟଙ୍କା ପାଇଁ କେହି ଚିକିତ୍ସା ରୁ ବଞ୍ଚିତ ନ ହୁଅନ୍ତୁ। ସମସ୍ତେ ସୁସ୍ଥ ରହି ନିଜ ପରିବାର ଓ ରାଜ୍ୟ ପାଇଁ କାମ କରନ୍ତୁ।

powered by social2s