କଟକ: ମହାନଦୀରେ ଭାସିଯାଇଥିବା ୪ ଜଣ ଛାତ୍ରଙ୍କ ମଧ୍ୟରୁ ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଆଜି ସକାଳୁ ୨ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ଗତକାଲି ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିଲା। ଏବେ ବି ଜଣେ ଛାତ୍ର ନିଖୋଜ ଅଛନ୍ତି । କଟକ ଚାଉଳିଆଗଞ୍ଜ ଥାନା ଭାଡ଼ିମୂଳ ନିକଟରେ ଘଟିଛି ଏ ଅଘଟଣ । କଟକ ପୋତାପୋଖୋରୀ ଅଞ୍ଚଳରୁ ୪ ଜଣ ଛାତ୍ର ସ୍କୁଲ ସାରି ମହାନଦୀକୁ ଗାଧେଇବାକୁ ଯାଇଥିଲେ । ତେବେ କୌଣସି କାରଣରୁ ସେମାନେ ଭାସିଯାଇଥିଲେ। ନିଖୋଜ ଛାତ୍ରଙ୍କୁ ଖୋଜାଖୋଜି ଚଳାଇଛନ୍ତି ଅଗ୍ନିଶମ ବିଭାଗ କର୍ମଚାରୀ ।
powered by social2s

