ଅଧିକାଂଶ ୟୁରୋପୀୟ ରାଷ୍ଟ୍ରରେ ଓମିକ୍ରନ୍ ଚିହ୍ନଟ ହେବାରୁ ବଢ଼ିଛି କଟକଣା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: କରୋନା ଭାଇରସ ନୂତର ଭାରିଏଣ୍ଟ ଓମିକ୍ରନ୍ ବିପଦ ଦିନକୁ ଦିନ ବଢିବାରେ ଲାଗିଛି । ଅଧିକାଂଶ ୟୁରୋପୀୟ ରାଷ୍ଟ୍ରରେ ଓମିକ୍ରନ୍‌ ଚିହ୍ନଟ ହୋଇଥିବାରୁ କଟକଣା ବଢ଼ାଇ ଦିଆଯାଇଛି । ପ୍ରଥମେ ନଭେମ୍ବର ୨୪ରେ ୟୁରୋପରେ ଓମିକ୍ରନ୍ ଚିହ୍ନଟ ହୋଇଥିବା ଘୋଷଣା ହୋଇଥିଲା । କରୋନାର ଅନ୍ୟ ପ୍ରଜାତିଠାରୁ ଓମିକ୍ରନ୍‌ ଅତ୍ୟନ୍ତ ସଂକ୍ରାମକ ଥିବାରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହାକୁ ଅତ୍ୟନ୍ତ ଚିନ୍ତାଜନକ ପ୍ରଜାତି ବୋଲି କହିଛନ୍ତି। ‘ହୁ’ ର ମୁଖ୍ୟ ଟେଡ୍ରୋସ୍ ଆଡାନୋମ୍ ଗେବ୍ରେୟୁସ୍ ବୁଧବାର କହିଛନ୍ତି ଯେ ୬୦ ବର୍ଷରୁ ଊର୍ଦ୍ଧ୍ବ ବୟସ ବର୍ଗ, ଅସୁସ୍ଥ ଏବଂ ଅନ୍ୟ ସ୍ବାସ୍ଥ୍ୟ ସମସ୍ୟା ଥିବା ଲୋକମାନେ ଭ୍ରମଣ ବନ୍ଦ କରିବା ଉଚିତ। ଗରିବ ରାଷ୍ଟ୍ରମାନେ ଏବେ ଟିକା ପାଇଁ ସଂଘର୍ଷ କରୁଥିବା ବେଳେ ଓମିକ୍ରନ୍‌ର ଆବିର୍ଭାବ ସଙ୍କଟ ବଢ଼ାଇ ଦେଇଛି । ଦକ୍ଷିଣ ଆଫ୍ରିକାର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଫର୍ କମ୍ୟୁନିକେବଲ୍ ଡିଜିଜ (NICD) ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଡ୍ରିଆନ୍ ପୁରାନ୍ କହିଛନ୍ତି ଯେ ଏହା ଡେଲଟା ଭାରିଆଣ୍ଟକୁ ଅତିକ୍ରମ କରିବ ବୋଲି ଆମେ ଭାବି ନଥିଲୁ। ବ୍ୟାପିବା ଦୃଷ୍ଟିରୁ ଏହା ବୋଧହୁଏ ଏକ ବିଶେଷ ପ୍ରକାର । ଓମିକ୍ରନ୍ ବିଷୟରେ ଅଧିକ ଜଣା ନାହିଁ, ଯେପରି ଏହା କେତେ ସଂକ୍ରାମକ, ଏହା ଆଗାମୀ ଦିନରେ ଜଣାପଡିବ। ଓମିକ୍ରନ୍‌ ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିଲା। ଏବେ ଏହା ଅଷ୍ଟ୍ରେଲିଆ, ଇଟାଲି ଏବଂ ବ୍ରିଟେନ୍‌ ସମେତ ୨୩ ରାଷ୍ଟ୍ରକୁ ବ୍ୟାପିଲାଣି । ଅଷ୍ଟ୍ରେଲିଆର ସିଡ୍‌ନିରେ ୨ ଜଣ ଓମିକ୍ରନ୍‌ ପ୍ରଜାତିରେ ସଂକ୍ରମିତ ହୋଇଥିବା ୱେ ଜର୍ମାନୀରେ ୨ଟି ମାମଲା, କାନାଡ଼ାରେ ୨ଟି ମାମଲା, ନେଦରଲାଣ୍ଡ୍‌ , ଇସ୍ରାଏଲ, ସାଉଦି ଆରବ, ସ୍ବିଜରଲା‌ଣ୍ଡ୍‌, ବେଲଜିୟମ, ଇଟାଲି, ହଂକଂରେ ବି ଓମିକ୍ରନ୍‌ ପ୍ରଜାତି ଚିହ୍ନଟ ହୋଇଛି । ତେବେ ସବୁଠୁ ଚିନ୍ତାଜନକ ହେଉଛି ଦକ୍ଷିଣ ଆଫ୍ରିକାରେ ଏବେ ସଂକ୍ରମଣ ରକେଟ ବେଗରେ ମାଡ଼ିଲାଣି । ସଂଗଠନର ଜରୁରୀକାଳୀନ ବିଭାଗ ନିର୍ଦ୍ଦେଶକ ମାଇକ ରିଆନ କହିଛନ୍ତି, ‘ଦକ୍ଷିଣ ଆଫ୍ରିକାକୁ ବିମାନ ଯିବା ଓ ଆସିବା ଉପରେ କଟକଣା ଜାରି କଲେ ବି ଭୂତାଣୁର ସଂକ୍ରମଣକୁ ରୋକି ହେବ ନାହିଁ ।’ ବିଭିନ୍ନ କାରଣକୁ ଆଧାର କରି ସେ ଏହା କହିଛନ୍ତି । ସେପଟେ ଆସନ୍ତା କିଛିଦିନ ଭିତରେ ଓମିକ୍ରନକୁ ସମସ୍ତ ତଥ୍ୟ ସ୍ପଷ୍ଟ ହେବ ବୋଲି କହିଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବୈଷୟିକ କମିଟି ମୁଖ୍ୟ ମାରିଆ ଭାନ କେରଖୋଭ । ସେ କହିଛନ୍ତି, ‘ବର୍ତ୍ତମାନ ସୁଦ୍ଧା ମିଳିଥିବା ରିପୋର୍ଟ ଅନୁସାରେ ଓମିକ୍ରନର ଶକ୍ତି ଡେଲଟାଠାରୁ ଅଧିକ ।’ ବିଶ୍ବର ୨୩ଟି ରାଷ୍ଟ୍ରକୁ ଏହି ଭୂତାଣୁ ବ୍ୟାପୀ ଥିବାବେଳେ କେବଳ ଦକ୍ଷିଣ ଆଫ୍ରିକାରେ ସଂକ୍ରମିତଙ୍କ ସଂଖ୍ୟା ୮ ହଜାର ୬୦୦କୁ ବୃଦ୍ଧି ପାଇଛି । ସଂକ୍ରମଣ ହାର ଡେଲଟା ଭାରିଆଣ୍ଟ ସଂକ୍ରମଣ ତୁଳନାରେ ଅଧିକ ହେଉଥିବାରୁ ଆଗକୁ ପୁଣି ବଡ଼ ବିପତ୍ତି ଆସିବା ଆଶଙ୍କା ଦେଖାଯାଉଛି ।

powered by social2s