ଭୁବନେଶ୍ୱର: ଓମିକ୍ରନ୍କୁ ନେଇ ଆମକୁ ସତର୍କ ରହିବାକୁ ପଡ଼ିବ। ବାହାର ରାଷ୍ଟ୍ରରୁ ଆସୁଥିବା ଲୋକଙ୍କ ନିୟମିତ ତର୍ଜମା ଚାଲିଛି। କେତେ ଲୋକ ବାହାରୁ ଆସୁଛନ୍ତି ଜିଲ୍ଲାମାନଙ୍କୁ ଜଣା ଯାଉଛି। ବିଦେଶ ଫେରାନ୍ତଙ୍କ ଉପରେ ନଜର ରଖାଯାଉଛି। ଏହି ସୂଚନା ଦେଲେ ଓଡ଼ିଶା ଜନ ସ୍ଵାସ୍ଥ୍ୟ ନିର୍ଦେଶକ ନିରଂଜନ ମିଶ୍ର। ବିଦେଶ ଫେରାନ୍ତଙ୍କ ବାବଦରେ ସ୍ଥାନୀୟ ଲୋକ ପ୍ରଶାସନ କୁ ଜଣାନ୍ତୁ, ଆମ ରାଜ୍ୟରେ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇନାହାନ୍ତ। ଅନ୍ୟ ରାଜ୍ୟରେ ଏହି ଭ୍ୟାରିଆଣ୍ଟ ଚିହ୍ନଟ ହୋଇଥିବାରୁ ଆମକୁ ସତର୍କତା ଅବଲମ୍ବନ କରିବାକୁ ହେବ ବୋଲୁ ମିଶ୍ର କହିଛନ୍ତି।
powered by social2s

