୧୮୨ ତମ କଥାମୃତରେ "ପ୍ରାର୍ଥନା ଓ ବିଶ୍ୱାସର ଶକ୍ତି"

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ସଭାପତି ଶ୍ରୀ ପ୍ରଭାତ କୁମାର ନନ୍ଦ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୮୨ ତମ କଥାମୃତ ଓ ଭଜନ ଅବସରରେ ପଣ୍ଡିତ ପ୍ରବକ୍ତା ଶ୍ରୀମତି ବିଜୟଲକ୍ଷ୍ମୀ ମହାନ୍ତି ପଟ୍ଟନାୟକ ପ୍ରଥନା ଓ ବିଶ୍ୱାସ ର ଶକ୍ତି ବିଷୟ ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ତତ୍ତ୍ଵ ଗୁଗୁଲ ମୀଟ୍ ରେ ବହୁ ରୋଚକ ପୂର୍ଣ୍ଣ ତଥ୍ୟ ଜଣାଇଥିଲେ। ପ୍ରଥମେ ପରିଷଦ ପକ୍ଷରୁ ସୁନାମଧନ୍ୟ କଳାକାର ଦିବଙ୍ଗତ ଦାମୋଦର ସେନାପତି ଙ୍କ ସ୍ମୃତିରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଆଜିର କାର୍ଯ୍ୟକ୍ରମରେ ତାଙ୍କ ସାନପୁଅ ବିଶ୍ବରଂଜନ ସେନାପତି ମଧ୍ୟ ଯୋଗ ଦେଇଥିଲେ, ମଧୁସ୍ମିତା ଦାସ, ମଞ୍ଜୁଶ୍ରୀ ମହାନ୍ତି, ବିଦ୍ୟୁତ ଲତା ସାହୁ, ତନୁଜା ରଥ, ତନୁଶ୍ରୀ ଜେନା, ସୁମିତ୍ରା ତ୍ରିପାଠୀ, ସୌଦାମିନୀ ପଣ୍ଡା ଓ ଅନ୍ୟମାନେ ଭଜନ ପରିବେଷଣ କରିଥିଲେ। ପ୍ରବକ୍ତାଙ୍କ କଥାମୃତ ସମସ୍ତଙ୍କୁ ଆନନ୍ଦିତ କରିଥିଲା। ଆଜିର ଗୁଗୁଲ ମିଟ୍ ରେ ଡ ହରପ୍ରସନ ଦାସ, ସମ୍ପାଦକ ନାରାୟଣ ମହାପାତ୍ର, ଉପଦେଷ୍ଟା ରବିନାରାୟଣ ମିଶ୍ର, ବାଳକୃଷ୍ଣ ପଣ୍ଡା, ଯୁଗ୍ମ ସମ୍ପାଦକ ଅଜୟ ହରିଚନ୍ଦନ, କୋଷାଧ୍ୟକ୍ଷ ଅଖିଳ କୁମାର ସାହୁ, ନିରଞ୍ଜନ ପଣ୍ଡା, ମଳୟ ଜେନା ମୃତ୍ୟୁଞ୍ଜୟ ପଣ୍ଡା, ପ୍ରେମ ପ୍ରକାଶ ସିଂ, ରାଧେଶ୍ୟାମ ଦଂଶନ, ହରପ୍ରିୟା ବେହେରା ଗୌରାଙ୍ଗ ନାୟକ, ଉଷା ମିଶ୍ର, ବିମ୍ବାଧର ପଣ୍ଡା, ମଙ୍ଗରାଜ ମହାନ୍ତି ରାଧେଶ୍ୟାମ ଦଂଶନ, ସୁରେଶ ମିଶ୍ର, ସୁଲୋଚନା ଚାନ୍ଦ, ଲଲିତ ମୋହନ ପଣ୍ଡା, ଶ୍ରୀନିବାସ ରାଓ, ରବୀନ୍ଦ୍ର ନାୟଙ୍କ, ଅଚୂତ ପ୍ରସାଦ ବେହେରା ଓ ପରିଷଦ ପକ୍ଷରୁ ବହୁ ସଦସ୍ୟ ଓ ସଦସ୍ୟା ଯୋଗଦେଇଥିଲେ।

powered by social2s