ଭୁବନେଶ୍ୱର: ଦୀର୍ଘ ୨୦ ଦିନ ବ୍ୟାପୀ ଓଡ଼ିଶାର ୨୫ ଟି ଜିଲ୍ଲା ଭ୍ରମଣ କରିସାରିବା ପରେ ଏହି କ୍ରମରେ ଆଜି ରାଜଧାନୀ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଗୁଞ୍ଜରଣ ଶିକ୍ଷା ରଥ କୁ ବସ୍ତିବାସିନ୍ଦା ଏବଂ ଜନସାଧାରଣ ଙ୍କ ଦ୍ଵାରା ସ୍ଵାଗତ କରାଯାଇଛି ।
ଭୁବନେଶ୍ଵର ବିକାଶ ସଂଗଠନ ଦ୍ଵାରା ଆୟୋଜିତ ସ୍ଵାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପରେ ଶିକ୍ଷା ରଥ ପଳାଶୁଣି ସ୍ଥିତ ସାଗର ସାହି ବସ୍ତିରୁ ଆରମ୍ଭ ହୋଇ ପର୍ଯ୍ୟାୟ କ୍ରମେ ସହରର ରସୁଲଗଡ ,ଏକାମ୍ର କାନନ ପାର୍କ, ନୟାପଲ୍ଲୀ ଦୁର୍ଗା ମଣ୍ଡପ, ବିଧାୟକ କଲୋନୀ, ପଟିଆ ବିଗ୍ ବଜାର ଆଦି ଅଞ୍ଚଳ ବୁଲି ଲୋକ ମାନଙ୍କୁ କାରୋନା ମହାମାରୀ ପରେ ବିଦ୍ୟାଳୟ ଖୋଲିଲେ ପିଲାମାନେ କେମିତି ପୁନଃ ବିଦ୍ୟାଳୟ କୁ ଫେରିବେ ଲୋକ ମାନଙ୍କୁ ଗୀତ, ନାଚ ଏବଂ ନାଟକ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
ସ୍ଵେଚ୍ଛାସେବୀ ସଂଗଠନ ଆତ୍ମଶକ୍ତି ଟ୍ରଷ୍ଟ , ଓଡ଼ିଶା ଶ୍ରମଜୀବୀ ମଞ୍ଚ ଏବଂ ମହିଲା ଶ୍ରମଜୀବୀ ମଞ୍ଚ, ଓଡିଶା ପକ୍ଷରୁ ଗୁଞ୍ଜରଣ ଗୁଞ୍ଜରନ୍ - ଷ୍ଟୋରୀ ଅନ୍ ହ୍ୱିଲ୍ ନାମକ ୨୫ ଦିନିଆ ଶିକ୍ଷା ଅଭିଯାନ ଆରମ୍ଭ କରାଯାଇଛି ଯାହା ମାଲକାନଗିରି ଏବଂ ସୁନ୍ଦରଗଡରୁ ୧୫ ନଭେମ୍ବରରେ ଆରମ୍ଭ ହୋଇଥିଲା | ଏହା ୪୫୦୦ କିଲୋମିଟରରୁ ଅଧିକ ଯାତ୍ରା କରି ୧ ଲକ୍ଷରୁ ଅଧିକ ଲୋକଙ୍କଠାରୁ କାହାଣୀ, ଅଭିଜ୍ଞତା ଏବଂ ପ୍ରଶଂସାପତ୍ର ସଂଗ୍ରହ କରିଛି ଯାହାକୁ ଆସନ୍ତା ୮ ଓ ୯ ତାରିଖ ଦିନ ଭୁବନେଶ୍ବରରେ ହେବାକୁ ଥିବା ଉଦଯାପନୀ ଉତ୍ସବରେ ସରକାର ଏବଂ ଅନ୍ଯାନ୍ଯ ନେତୃବର୍ଗଙ୍କ ପ୍ରଦାନ କରାଯିବ ।
ଭୁବନେଶ୍ଵର ରେ ହେଉଥିବା ଏହି ଦୁଇ ଦିନିଆ କାର୍ଯ୍ୟକ୍ରମ କୁ ସଂଗଠନ ପକ୍ଷରୁ ପଂଚାନନ ପ୍ରଧାନ, ହେନା ନାୟକ , ନିତ୍ଯାନନ୍ଦ ଥନାପତି, ମନୋଜ ସାମନ୍ତରାୟ, ସଞ୍ଜୁକ୍ତା ଆରୁଖ, ପ୍ରତିଭା ଦାସ , ଅଲିଭ, ଲକ୍ଷ୍ମୀ, ସ୍ଵର୍ଣଲତା ପ୍ରମୁଖ ପରିଚାଳନା କରୁଛନ୍ତି ।
ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଗୁଞ୍ଜରଣ ଶିକ୍ଷା ରଥ କୁ ସ୍ଵାଗତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

