ଓଡ଼ିଶା ବିଧାନସଭାରେ ପୁଣି ଥରେ ଆଗତ ହେଲା 'ପାଇକ ବିଦ୍ରୋହ' ସଂକଳ୍ପ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଓଡ଼ିଶା ବିଧାନସଭାରେ ଆଗତ ହେଲା 'ପାଇକ ବିଦ୍ରୋହ' ସଂକଳ୍ପ। କେନ୍ଦ୍ରର ଅଗ୍ରାହ୍ୟ ପରେ ପୁନର୍ବାର ସଂକଳ୍ପ ଆଣିଲେ ରାଜ୍ୟ ସରକାର। ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଦେବାକୁ ସଂକଲ୍ପ ଆଣିଲେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ। ତେବେ ବାଚସ୍ପତିଙ୍କ ସର୍ବଦଳୀୟ ବୈଠକ ପରେ ବି ଆଜି ବିଧାନସଭାରେ ଅଚଳାବସ୍ଥା ଦେଖିବାକୁ ମିଳିଥିଲା। ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ବାରମ୍ବାର ଅଚଳ ହେଉଛି। ଗୃହକୁ କାଲି ସାଢ଼େ ୧୦ ଯାଏଁ ମୁଲତବୀ ରଖିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।

powered by social2s