ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ମାଷ୍ଟର କ୍ଯାନ୍ଟିନ ଛକ ଠାରେ ଆଜି ଭୁବନେଶ୍ଵର ବିକାଶ ସଂଗଠନ ଦ୍ଵାରା ଗୁଞ୍ଜରଣ ଯାତ୍ରା ମାଧ୍ୟମରେ ଅଭିନବ ଉପାୟରେ ଶିକ୍ଷା ସଚେତନତା କାର୍ଯ୍ୟକ୍ରମ କରାଯାଇଛି । କରୋନା ମହାମାରୀ ପରେ ବିଦ୍ୟାଳୟ ଖୋଲିଲେ ପିଲାମାନେ କେମିତି ପୁନଃ ବିଦ୍ୟାଳୟ କୁ ଫେରିବେ, ବିଦ୍ୟାଳୟ ର ଭିତ୍ତିଭୂମି କିପରି ହେବା ଦରକାର, ଅନଲାଇନ ଶିକ୍ଷା ଗ୍ରହଣ ରେ ଗ୍ରାମୀଣ ଅଞ୍ଚଳର ପିଲା ମାନଙ୍କର ଅସୁବିଧା ବିଷୟରେ ନାଟକ ଏବଂ ପୁତୁଳି ଖେଳ ପ୍ରଦର୍ଶନ ମାଧ୍ୟମରେ ଲୋକ ମାନଙ୍କୁ ସଚେତନତା କରାଯାଇଛି । ଏହି ଅବସରରେ ରାଜ୍ୟର ୧୭ ଟି ଜିଲ୍ଲାରୁ ବିଭିନ୍ନ ସଂଗଠନ ରୁ ଆସିଥିବା ସଦସ୍ୟ/ସଦସ୍ୟା ମାନେ ନାଟକ ଓ ପୁତୁଳି ଖେଳ ପ୍ରଦର୍ଶନ ରେ ଭାଗ ନେଇଥିଲେ ।
ଏହା ବ୍ଯତୀତ ସହରର ମଧୁସୂଦନ ପାର୍କ , ଫରେଷ୍ଟ ପାର୍କ , ଖଣ୍ଡଗିରି, ଶିରିପୂର ଛକ, ଶିଶୁ ଭବନ ଛକ, କଳିଙ୍ଗ ଷ୍ଟୁଦିଓ ଛକ ଆଦି ଅଞ୍ଚଳରେ ପୋଷ୍ଟର ଏବଂ ଲିଫଲେଟ ବାଣ୍ଟି ଲୋକ ମାନଙ୍କୁ ଶିକ୍ଷା ସମ୍ପର୍କିତ ସଚେତନତା କରିଥିଲେ।
ସ୍ଵେଚ୍ଛାସେବୀ ସଂଗଠନ ଆତ୍ମଶକ୍ତି ଟ୍ରଷ୍ଟ , ଓଡ଼ିଶା ଶ୍ରମଜୀବୀ ମଞ୍ଚ ଏବଂ ମହିଲା ଶ୍ରମଜୀବୀ ମଞ୍ଚ, ଓଡିଶା ପକ୍ଷରୁ ଗୁଞ୍ଜରଣ - ଷ୍ଟୋରୀ ଅନ୍ ହ୍ୱିଲ୍ ନାମକ ୨୫ ଦିନିଆ ଶିକ୍ଷା ଅଭିଯାନ ଆରମ୍ଭ କରାଯାଇଛି ଯାହା ମାଲକାନଗିରି ଏବଂ ସୁନ୍ଦରଗଡରୁ ୧୫ ନଭେମ୍ବରରେ ଆରମ୍ଭ ହୋଇଥିଲା | ଏହା ୪୫୦୦ କିଲୋମିଟରରୁ ଅଧିକ ଯାତ୍ରା କରି ୧ ଲକ୍ଷରୁ ଅଧିକ ଲୋକଙ୍କଠାରୁ କାହାଣୀ, ଅଭିଜ୍ଞତା ଏବଂ ପ୍ରଶଂସାପତ୍ର ସଂଗ୍ରହ କରିଛି ଯାହାକୁ ଆସନ୍ତା ୮ ଓ ୯ ତାରିଖ ଦିନ ଭୁବନେଶ୍ବରରେ ହେବାକୁ ଥିବା ଉଦଯାପନୀ ଉତ୍ସବରେ ସରକାର ଏବଂ ଅନ୍ଯାନ୍ଯ ନେତୃବର୍ଗଙ୍କ ପ୍ରଦାନ କରାଯିବ ।
ନାଟକ ଓ ପୁତୁଳି ଖେଳ ପ୍ରଦର୍ଶନ ମାଧ୍ୟମରେ ଶିକ୍ଷା ସଚେତନତା
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

