ଡିସେମ୍ବର ୧୧ ରୁ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ରାଜ୍ୟସ୍ତରୀୟ କ୍ୟାରମ ପ୍ରତିଯୋଗିତା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଆସନ୍ତା ୧୧.୧୨.୨୧ ଓ ୧୨.୧୨.୨୧ ମା ଭୁବନେଶ୍ଵରୀ କ୍ଲବ ପକ୍ଷରୁ ପ୍ରଥମ ଥର ପାଇଁ ଶହୀଦନଗର ଦୁର୍ଗାପୂଜା ସମିତି ସହଯୋଗରେ ଦୁର୍ଗାମଣ୍ଡପ ସହିଦନଗର, ଭୁବନେଶ୍ୱରରେ ରାଜ୍ୟସ୍ତରୀୟ କ୍ୟାରମ ପ୍ରତିଯୋଗିତା କରାଯାଉଛି। ଏହି ଟୁର୍ଣ୍ଣାମେଣ୍ଟରେ ୩୨ ଯୋଡ଼ା ଡବଲସ ୬୪ ଶୀଙ୍ଗିଲ୍ସ ପ୍ରତିଯୋଗୀ ଭାଗ ନେବାକୁ ସମ୍ମତି ପ୍ରଦାନ କରିଛନ୍ତି। ଓଡ଼ିଶାର ସୁନାମଧନ୍ୟ ଆମ୍ପାଇର ମାନେ ଖେଳକୁ ପରିଚାଳନା କରିବେ, ବିଶିଷ୍ଟ କ୍ରିଡା ଜଗତର ତାରକା ମାନେ ପ୍ରତିଯୋଗିତାକୁ ଉଦଘାଟିତ କରିବେ। ଏହି ପ୍ରତିଯୋଗିତାରେ ଟ୍ରଫି ସହିତ ବିଜେତା ମାନଙ୍କୁ ଅର୍ଥରାଶି ମଧ୍ୟ ପ୍ରଦାନ କରାଯିବ। ଏହି ପ୍ରତିଯୋଗିତାରେ ଓଡ଼ିଶାର ସୁନ୍ଦରଗଡ଼, ପୁରୀ, ବାଙ୍କୀ, ଖୋର୍ଦ୍ଧା, କଟକ, ଜଟଣୀ ଓ ଭୁବନେଶ୍ୱରର କ୍ଲବ ଗୁଡ଼ିକ ଭାଗ ନେଇଛନ୍ତି। ଆଜିର ସାମ୍ବାଦିକ ସମ୍ମିଳନୀରେ ନାରାୟଣ ମହାପାତ୍ର ସମ୍ପାଦକ ଶହୀଦନଗର ଦୁର୍ଗା ପୂଜା, ଉପଦେଷ୍ଟା ବିଭୁଦତ୍ତ ଦାସ, କୈଳାସ ଚନ୍ଦ୍ର ମିଶ୍ର, ଅଚ୍ୟୁତ ପ୍ରସାଦ ବେହେରା, ଗୋପାଳ କୃଷ୍ଣ ମହାନ୍ତି, ସତିଶ ରଞ୍ଜନ ସାମନ୍ତରାୟ, ସଞ୍ଜୟ କୁମାର ଦାସ, ସୁନିଲ ପଟ୍ଟନାୟକ, କାଲିନାରାୟଣ ପଟ୍ଟନାୟକ, ଆଶିଷ ମହାନ୍ତି, ଯୁଗଳ କିଶୋର ସ୍ୱାଇଁ, ସରୋଜ ପାତ୍ର, ମଳୟ ରଞ୍ଜନ ମହାପାତ୍ର, ଶ୍ରୀନିବାସ ରାଓ ଓ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ। ସଭାପତି ଶ୍ରୀ ଉମାନାଥ ମିଶ୍ର, ସୁଧୀର ଷଡଙ୍ଗୀ, ପ୍ରସନ୍ନ ସ୍ୱାଇଁ, ସମ୍ପାଦକ ଚନ୍ଦନ ରାଏ ପଟ୍ଟନାୟକ ଏହି ପ୍ରତିଯୋଗିତା ବିଷୟରେ ସୂଚନା ଦେବା ସହ ସମସ୍ତଙ୍କ ସହଯୋଗ ଆଶା କରି ଧନ୍ୟବାଦ ଅର୍ପଣ କରିଥିଲେ।

powered by social2s