ଭୁବନେଶ୍ୱର: ଓଡ଼ିଶାର ସବୁ ହସ୍ପିଟାଲରେ ରହିବ ସ୍ୱତନ୍ତ୍ର ଓମିକ୍ରନ ବ୍ଲକ ବୋଲି କହିଛନ୍ତି ଜନ ସ୍ଵାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର।
ମିଶ୍ର କହିବା ଅନୁଯାୟୀ ତୃତୀୟ ଲହର ସମ୍ଭାବନା ନିଶ୍ଚିତ, ମୁକାବିଲା ପାଇଁ ଆମେ ପ୍ରସ୍ତୁତ ଅଛୁ ।
ଯେତେ ରୋଗୀ ଚିହ୍ନଟ ହେଲେ ମଧ୍ୟ ସ୍ୱାସ୍ଥ୍ୟ ସେବା ଯୋଗାଇଦେବୁ। ଆମେ ସତର୍କତା ବଢାଇବୁ, ଅନ୍ତର୍ଜାତୀୟ ଯାତ୍ରୀଙ୍କର ସର୍ଭେଲାନ୍ସ ଚାଲିଛି। ଓମିକ୍ରନ୍ ଚିହ୍ନଟ ପାଇଁ ଜେନମ ସିକୁଏନ୍ସିଙ୍ଗ ଆବଶ୍ୟକ। ତେଣୁ ନମୁନା ସିକୁଏନ୍ସିଙ୍ଗ ବୃଦ୍ଧି କରିବାକୁ କୁହାଯାଇଛି। ବର୍ତ୍ତମାନ ସୁଦ୍ଧା 'ଆଟ୍ ରିସ୍କ' ଦେଶରୁ ୧୫୦୦ ରୁ ଅଧିକ ଲୋକ ଆସିଲେଣି। ରୋଗୀ ସଂଖ୍ୟା ବଢିଲେ ଭିତ୍ତିଭୂମି ବଢ଼ାଯିବ। ପୂର୍ବ ପ୍ରସ୍ତୁତି ସହ ଅକ୍ସୀଜେନ, ବେଡ୍ ଓ ଜରୁରୀ ଔଷଧ ମହଜୁଦ ରଖାଯାଇଛି। ରାଜ୍ୟର ସବୁ ହସ୍ପିଟାଲରେ ସ୍ୱତନ୍ତ୍ର ଓମିକ୍ରନ ବ୍ଲକ ରଖିବାକୁ ନିର୍ଦେଶ ଦିଆଯାଇଛି।
powered by social2s

