ଭୁବନେଶ୍ୱର: ଭୁବନେଶ୍ୱର ଏନ-୫ ନୟାପଲ୍ଲୀ ଠାରେ ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦର ଚେତନା କେନ୍ଦ୍ର ପକ୍ଷରୁ ସ୍କନ୍ଦପୁରାଣରେ ଗଦ୍ୟାନୁବାଦ ପଢା ଯିବା ସହିତ ଆଲୋଚନା କରାଯାଇଥିଲା। ପ୍ରଥମେ ମହାପ୍ରଭୁଙ୍କ ଭଜନ ପରିବେଷଣ କରାଯାଇଥିଲା, ପରେ ପରେ ସ୍କନ୍ଦପୁରାଣ ଅଧ୍ୟାୟ ପଢ଼ାଯାଇଥିଲା। ଗତକାଲି ଚେତନା କେନ୍ଦ୍ରର ଡ ସୁକାନ୍ତି ତ୍ରିପାଠୀ, ସୌଦାମିନୀ ପଣ୍ଡା ପ୍ରମୁଖଙ୍କ ନେତୃତ୍ଵରେ ଚେତନା କେନ୍ଦ୍ରର ବହୁ ମହିଳା ସଦସ୍ୟା ଯୋଗଦେଇଥିଲେ। ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ଉପଦେଷ୍ଟା ରବିନାରାୟଣ ମିଶ୍ର, ମୁରଲୀ ଧର ପଳେଇ, ଅଖିଳ କୁମାର ସାହୁ, ନାରାୟଣ ମହାପାତ୍ର ଲଲିତ ମୋହନ ପଣ୍ଡା,ଅଚ୍ୟୁତ ପ୍ରସାଦ ବେହେରା ଓ ଶ୍ରୀନିବାସ ରାଓ ପ୍ରମୁଖ ସତସଙ୍ଗରେ ଯୋଗଦେଇଥିଲେ। ଚେତନା କେନ୍ଦ୍ରର ସଦସ୍ୟ ମାନେ ଦିବଙ୍ଗତ ପ୍ରତିଷ୍ଠାତା ସଭାପତି ଶ୍ରୀ ଗୋପୀନାଥ ମହାନ୍ତି ଙ୍କ କଥା ମାନେ ପକାଇଥିଲେ, ସମ୍ପାଦକ ନାରାୟଣ ମହାପାତ୍ର ତାଙ୍କ ଅନୁଭୂତି କହିବା ସହିତ ପରିଷଦ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ସ୍କନ୍ଦପୁରାଣ ୧୬ଟି ଭାଗ, ପାଞ୍ଚରାତ୍ର ରେ ଶ୍ରୀ ଜଗନ୍ନାଥ ର ୫ଟି ଭାଗ, ବୈଷ୍ଣବ ଭାବନାରେ ଶ୍ରୀଜଗନ୍ନାଥ ର ଦୁଇଟି ଭାଗ, ଓ କାର୍ତ୍ତିକେ ରାଧା ଦାମୋଦର ର ୨ଟି ଭାଗ କୁ ସମସ୍ତେ ୟୁ ଟୁ ବ ରୁ ଡାଉନଲୋଡ କରି ନିଜେ ଦେଖିବା ଓ ଶୁଣିବା ସଙ୍ଗେ ସଙ୍ଗେ ଅନ୍ୟ ମାନଙ୍କୁ ଶେଆର କରିବାକୁ ଅନୁରୋଧ କରିଥିଲେ। ଏହା ଦ୍ଵାରା ଶ୍ରୀଜଗନନାଥଙ୍କ ଗାଥା (ସ୍ରଷ୍ଟା ଙ୍କ ସୃଷ୍ତୀ ର କଥା)ପ୍ରଚାର ପ୍ରସାର ଓଡ଼ିଶାରେ ଘରେ ଘରେ ହୋଇପାରିବ। ଶେଷରେ ମହାପ୍ରଭୁ ଙ୍କ ଆଳତି କରାଯାଇ ପ୍ରସାଦ ସେବନ କ।ର୍ୟ୍ଯକ୍ରମ କରାଯାଇଥିଲା।
ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦର ଚେତନା କେନ୍ଦ୍ର ପକ୍ଷରୁ ସ୍କନ୍ଦପୁରାଣରେ ଗଦ୍ୟାନୁବାଦ ପାଠ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

