![]()
ମୁମ୍ବାଇ (06/12/2020): ବିଶିଷ୍ଠ ହିନ୍ଦୀ ଏବଂ ମରାଠୀ ଅଭିନେତା ରବି ପଟବର୍ଦ୍ଧନଙ୍କର ହୃଦଘାତ ହେତୁ ରବିବାର ମୁମ୍ବାଇରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା ।
ପଟବର୍ଦ୍ଧନଙ୍କର ଶନିବାର ଦିନ ଶ୍ୱାସକ୍ରିୟାରେ ସମସ୍ୟା ହେବାରୁ ତାଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା।
ସେ ୧୫ଠ ରୁ ଅଧିକ ନାଟକ ଏବଂ ୨00 ରୁ ଅଧିକ ହିନ୍ଦୀ ଏବଂ ମରାଠୀ ଚଳଚ୍ଚିତ୍ରରେ ଅଂଶ ଗ୍ରହଣ କରିଛନ୍ତି |
powered by social2s

