ସପ୍ତମ ଆୟୁର୍ବେଦ ଦିବସ ଭୁବନେଶ୍ବର ଉତ୍କଳ ଦୃଷ୍ଟିହୀନ ସଂଘ ରେ ପାଳିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର: ପୂର୍ବ ବର୍ଷ ପରି ସେଣ୍ଟ୍ରାଲ୍ ଆୟୁର୍ବେଦ ଅନୁସନ୍ଧାନ ପ୍ରତିଷ୍ଠାନ ସହାୟତା ରେ ଏବର୍ଷ ମଧ୍ୟ ଶିଶୁ ଓ ମହିଳା ବିକାଶ ର ଚେୟାରମ୍ୟାନ୍ ମେଜର ଡ଼ଃ କଳ୍ପନା ଦାସ ଦାସଙ୍କ ମାର୍ଗଦର୍ଶନରେ ସପ୍ତମ ଆୟୁର୍ବେଦ ଦିବସ ଭୁବନେଶ୍ବର ଉତ୍କଳ ଦୃଷ୍ଟିହୀନ ସଂଘ ରେ ପାଳିତ ହୋଇ ଯାଇଛି I ଏହି ଦିବଶକୁ ପାଳନ କରିବା ପାଇଁ ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା | ବରିଷ୍ଠ ନାଗରିକ ଓ ଦୃଷ୍ଟି ବାଦିତ ଙ୍କ ଉତ୍ତମ ସ୍ୱାସ୍ଥ୍ୟର ଗୁରୁତ୍ୱ ବିଷୟରେ ବାର୍ତ୍ତା ପ୍ରଚାର କରିବା ପାଇଁ ଏକ ସ୍ୱାସ୍ଥ୍ୟ ସଚେତନତା ଶିବିର ଆୟୋଜନ କରାଯାଇଥିଲା | ନିର୍ଦ୍ଦେଶକ କେନ୍ଦ୍ରୀୟ ଆୟୁର୍ବେଦ ଅନୁସନ୍ଧାନ ପ୍ରତିଷ୍ଠାନ ଡ ଏମ.ଏମ. ରାଓ ଙ୍କ ନିର୍ଦ୍ଦେଶକ୍ରମେ ଡ଼ଃ ସୁସ୍ମିତା ପ୍ରିୟଦର୍ଶିନୀ, ଡ଼ଃ ଐଶ୍ଵର୍ଯ୍ୟା ଦାଶ, ଡ଼ଃ ଇନ୍ଦୁ ସା, ଡ଼ଃ ସୁଶ୍ରୀ ସାହୁ ଏହି ଶିବିରରେ ଯୋଗ ଦେଇ ସେଠାରେ ରହୁଥିବା ପ୍ରାୟ ଶହେ ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରିଥିଲେ। ଅନ୍ତେବାସୀଙ୍କୁ ଖାଦ୍ୟ ଏବଂ ସ୍ବଚ୍ଛତା ସାମଗ୍ରୀ ବଣ୍ଟନ କରାଯାଇଥିଲା। ରକ୍ତ ପରୀକ୍ଷା, ବିପି ଏବଂ ଚକ୍ଷୁ ଯାଞ୍ଚ ସହିତ ବରିଷ୍ଠ ନାଗରିକମାନଙ୍କୁ ମାଗଣା ଔଷଧ ମଧ୍ୟ ଯୋଗାଇ ଦିଆଯାଇଥିଲା।

powered by social2s