କଟକରେ କାଳୀପୂଜା ପାଇଁ କମିସନରେଟ୍ ପୋଲିସ ପ୍ରସ୍ତୁତି ବୈଠକ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଟକ: କାଳୀପୂଜା ପାଇଁ କଟକରେ କମିସନରେଟ୍ ପୋଲିସର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କଟକରେ ବାଣ ଫୁଟାଇବା ପାଇଁ ୮ରୁ ୧୦ଟା ପର୍ଯ୍ୟନ୍ତ ସମୟ ରହିଛି। ଦୀପାବଳିରେ କୌଣସି ପ୍ରକାର ବିସ୍ପୋରକ କିମ୍ବା ରାସାୟନିକ ବାଣ ଫୁଟାଇଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜନଗହଳିପୂର୍ଣ ଅଞ୍ଚଳରେ ଅଧିକ ଶବ୍ଦ କରୁଥିବା ବାଣ ଫୁଟାଇ ପାରିବେ ନାହିଁ। ପୁଲିସ ପକ୍ଷରୁ ପେଟ୍ରୋଲିଂ କଡାକଡାକଡ଼ି କରାଯିବା । ଏନେଇ କଟକର ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି। କରୋନା କଟକଣା ହଟିବା ପରେ ଚଳିତ ବର୍ଷ କଟକରେ ୯୦ଟି ମଣ୍ଡପରେ ପୂଜା ପାଇବେ ମା’ କାଳୀ। କାଳୀ ପୂଜା ପାଇଁ କଟକରେ ମୁତୟନ ହେବେ ୫୦ ପ୍ଲାଟୁନ୍‌ ପୁଲିସ ଫୋର୍ସ , ୬ ଜଣ ଅତିରିକ୍ତ ଡିସିପି ଓ ୩୦୦ ପୁଲିସ ଅଫିସର ମୁତୟନ ରହିବେ । ସବୁ ମଣ୍ଡପ ନିକଟରେ ମୁତୟନ ରହିବେ ପୁଲିସ ଅଧିକାରୀ। ଏନେଇ ଆଜି କଟକର ଇଣ୍ଡୋର ଷ୍ଟାଡିଅମରେ ସମସ୍ତ ପୁଲିସ ଅଧିକାରୀଙ୍କ ଉପସ୍ଥିତରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

powered by social2s