ଓଡ଼ିଶାର ଯୁବ ଉଦ୍ୟୋଗୀ ସାକ୍ୟସିଂହ ମହାପାତ୍ର ଜି୨୦ୱାଇଇଏ ମିସେଲ୍ ପ୍ରାଇଜ୍-ଅଡ଼ିଆନ୍ସ ଆୱାର୍ଡ ବିଜୟୀ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ବର/ହମବର୍ଗ: ଓଡିଶାର ଯୁବ ଉଦ୍ୟୋଗୀ ତଥା ସାକରୋବୋଟିକ୍ସ ଲ୍ୟାବ ଲିମିଟେଡର ପ୍ରତିଷ୍ଠାତା ସାକ୍ୟସିଂହ ମହାପାତ୍ର ୨୮ ଅକ୍ଟୋବରରେ ଜର୍ମାନୀସ୍ଥିତ ହମବର୍ଗଠାରେ ଆୟୋଜିତ ଜି୨୦ୱାଇଇଏ (ୟଙ୍ଗ ଏନ୍ତ୍ରପ୍ରିନିଅର ଆଲାଏନ୍ସ ) ସମ୍ମିଳନୀରେ ମିସେଲ୍ ପ୍ରାଇଜ୍-ଅଡ଼ିଆନ୍ସ ଆୱାଡ ଦ୍ୱାରା ସମ୍ମାନୀତ ହୋଇଛନ୍ତି। ଜି୨୦ୱାଇଇଏ ସମ୍ମିଳନୀରେ ଭାରତୀୟ ପ୍ରତିନିଧୀଙ୍କ ସହ ଓଡ଼ିଶାରୁ ଏକମାତ୍ର ଅଂଶଗ୍ରହଣକାରୀ ଭାବେ ସାକ୍ୟସିଂହ ମହାପାତ୍ର ଯୋଗଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଏହି ସମ୍ମିଳନୀର ପ୍ରୟୋଜକ ତଥା ୟୁକେ ସ୍ଥିତ ଜି୨୦ୱାଇଇଏର ସଭାପତି ଆଲେକ୍ସ ମିସେଲ୍ ସାମାଜିକ ସ୍ତରରେ ଫଳପ୍ରଦ ବ୍ୟବସାୟ ଚଳାଉଥିବା ଉଦ୍ୟୋଗୀମାନଙ୍କ ନିମନ୍ତେ ୫୦୦୦ ଡଲାରର ପୁରସ୍କାର ରାଶି ଘୋଷଣା କରିଥିଲେ। ଅକ୍ଟୋବର ୨୭ ଏବଂ ୨୮ରେ ହମବର୍ଗଠାରେ ଅନୁଷ୍ଠିତ କି୨୦ ୟଙ୍ଗ ଏନ୍ତ୍ରପ୍ରିନିଅର ୨୦୨୨ ସମ୍ମିଳନୀରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ଏକ ପ୍ରତିଯୋଗିତା ମାଧ୍ୟମରେ ବିଜୟଙ୍କ ଚୟନ କରାଯିବା ପରେ ୨୮ଅକ୍ଟୋବରରେ ଇଭେନ୍ଟ ଫାଇନାଲ ଅନୁଷ୍ଠିତ ହୋଇଥିଲା। ପିଚ୍ ପାଇଁ ଆବେଦନକାରୀଙ୍କ ମଧ୍ୟରୁ ୫ଜଣ ଉଦ୍ୟୋଗୀ ମନୋନୀତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଶ୍ରୀ ମହାପାତ୍ର ମିସେଲ୍ ପ୍ରାଇଜ୍ - ଅଡିଆନ୍ସ ଆୱାଡ ପାଇଁ ମନୋନୀତ ହୋଇଥିଲେ। ବିଦ୍ୟାଳୟଗୁଡ଼ିକରେ ରୋବୋଟିକ୍ସ ଏବଂ ଇନୋଭେସନ୍ ଲ୍ୟାବ୍ କ୍ଷେତ୍ରରେ ଅନନ୍ୟ ସଫଳତା ହେତୁ ସାକ୍ୟସିଂହ ମହାପାତ୍ର ମିସେଲ୍ ପ୍ରାଇଜ୍-ଅଡ଼ିଆନ୍ସ ଆୱାଡ ଦ୍ବାରା ସମ୍ମାନୀତ ହୋଇଥିଲେ । ଆର୍ଜେନ୍ଟିନା , ଅଷ୍ଟ୍ରେଲିଆ , ବ୍ରାଜିଲ , କାନାଡା , ଚୀନ୍ , ଫ୍ରାନ୍ସ , ଜର୍ମାନୀ , ଭାରତ , ଇଣ୍ଡୋନେସିଆ , ଇଟାଲୀ , ଜାପାନ ରିପବ୍ଲିକ ଅଫ୍ କୋରିଆ , ମେକ୍ସିକୋ , ଋଷିଆ , ସାଉଦି ଆରବ , ଦକ୍ଷିଣ ଆଫ୍ରିକା , ତୁର୍କୀ , ୟୁ.କେ , ଯୁକ୍ତରାଷ୍ଟ୍ର ଏବଂ ୟୁରୋପିୟ ୟୁନିଅନ୍ ରୁ ଯୁବ ଉଦ୍ୟୋଗୀମାନେ ଏହି ସମ୍ମିଳନୀରେ ଅଂଶ ଗ୍ରହଣ କରିଥିଲେ। ସାକ୍ୟସିଂହ ମହାପାତ୍ର ସମ୍ମିଳନୀରେ ଯୋଗ ଦେଇ ସାକରୋବୋଟିକ୍ସର ଏକ ସର୍ଭିସ୍ ରୋବୋଟ ପ୍ରଦର୍ଶନ କରିବା ସହ ମିସେଲ୍ ପ୍ରାଇଜ୍-ଅଡ଼ିଆନ୍ସ ଆୱାଡ ହାସନ କରି ଓଡିଶାବାସୀଙ୍କୁ ଗର୍ବିତ କରିଛନ୍ତି। ସମୟ ସହିତ ଭାରତର ଶିକ୍ଷା ବ୍ୟବସ୍ଥା କିପରି ରୋବୋଟିକ୍ସ ଆଡକୁ ଆକୃଷ୍ଟ ହେଉଛି ଏବଂ ଶିକ୍ଷା କ୍ଷେତ୍ରରେ ରୋବୋଟର ଆବଶ୍ୟକତା ଉପରେ ସାକ୍ୟ ତାଙ୍କ ଉପସ୍ଥାପନା ମାଧ୍ୟମରେ ଦର୍ଶାଇଥିଲେ । ଏହି ଅବସରରେ ସାକ୍ୟ ତାଙ୍କ ବ୍ୟବସାୟ ମାଧ୍ୟମରେ ରୋବୋଟିକ୍ ସଂସ୍କୃତି ଉପରେ ଉପରେ ଯୁବକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ।

powered by social2s