କମିଲା ୧୯ କେଜି ବିଶିଷ୍ଟ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଦାମ୍

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ନୂଆଦିଲ୍ଲୀ: ଏଲପିଜି ସିଲିଣ୍ଡର ଦର ୧୧୫ ଟଙ୍କା ଶସ୍ତା ହୋଇଛି। ନଭେମ୍ବର ୧ ରୁ ଦିଲ୍ଲୀରେ ୧୯ କେଜି ବିଶିଷ୍ଟ ବ୍ୟବସାୟିକ ସିଲିଣ୍ଡର ଦାମ୍ ୧୧୫.୫ ଟଙ୍କା, କୋଲକାତାରେ ୧୧୩.୫ ଟଙ୍କା, ମୁମ୍ବାଇରେ ୧୧୫.୫ ଟଙ୍କା, ଚେନ୍ନାଇରେ ୧୧୬.୫ ଟଙ୍କା ଶସ୍ତା ହୋଇଛି। ଏହା ପୂର୍ବରୁ ଅକ୍ଟୋବର ୨ ତାରିଖରେ ସିଲିଣ୍ଡର ଦାମ୍ ୨୫ ଟଙ୍କା ଶସ୍ତା ହୋଇଥିଲା। ତେବେ ୧୪ କେଜି ଘରୋଇ ସିଲିଣ୍ଡର ଦର ରେ କୌଣସି ପରିବର୍ତ୍ତନ କରାଯାଇନାହିଁ।

powered by social2s