ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାର ଗ୍ରାମ ପଚାଂୟତ କର୍ମଚାରୀ ସଂଘ ତରଫରୁ ପାଟଣାଗଡ ବର୍ଥଲା ଗ୍ରାମ ପଚାଂୟତ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲାର ୧୪ ଟି ପଚାଂୟତରେ କାମ କରୁଥୁବା ପିଅନ,ରାତ୍ର ଜଗୁଆଲି ,ଝାଡୁଦାର ଆଦି ଚତୁର୍ଥ କର୍ମଚାରୀ ମାନେ ବୈଠକରେ ଯୋଗଦେଇ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ପରେ ସଂଘ ତରଫରୁ ଏକ ସାମ୍ବାଦିକ ସମ୍ମଳନୀର ଅୟୋଜନ କରାଯାଇଥିଲା ।ଯେଉଁଠିରେ ସଂଘର ସଭାପତି ବଳଦେବ ଚୈାହାନ ଗଣମାଧ୍ୟମ ଆଗରେ କହିଛନ୍ତି ଯେ ରାଜ୍ୟ ସରକାର ଙ୍କ ସବୁ କାମରେ ଆମ ଚତୁର୍ଥ କର୍ମଚାରୀ ମାନେ ସହଯୋଗ କରି କାମ କରୁଛନ୍ତି ।ସକାଲ ୧୦ଟାରୁ ଆସି ସଂଦ୍ଧ୍ୟା ୫ଟା ପ୍ରର୍ଯ୍ୟନ୍ତ ପଚାଂୟତରେ ରହି କାମ କରୁଛନ୍ତି ।ହେଲେ ମାସକୁ ଦରମା ମିଲୁଛି ୧୫ ଶହରୁ ୨ ହଜାର ଟଙ୍କା ।ଏମିତିରେ ଆମ ପରିବାର କେମିତି ଚଲିବୁ । ସରକାର ରାଜ୍ୟରୁ ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ କରି କର୍ମଚାରୀ ମାନଙ୍କୁ ନିୟମିତ କଲେ ହେଲେ ଆମକୁ ଛାଡିଦେଲେ କାହିଁକି ଆମପ୍ରତି ଏତେ ବୈମାତୃକମନୋଭାବ ରଖୁଛନ୍ତି ମୂଖ୍ୟମନ୍ତ୍ରୀାବାରମ୍ବାର ଅଭିଯୋଗ କଲେ ବି କାହିଁକି ଆମକଥା ଶୁଣୁନାହାନ୍ତି ।ଯଦି ଆଗକୁ ଆମକଥା ନଶୁଣନ୍ତି ସରକାର କି ଆମକୁ ସ୍ଥୟୀ ନିଯୁକ୍ତି ଓ ସମାନ କାମକୁ ସମାନ ଦରମା ନଦିଅନ୍ତି ତେବେ ବିଧାନ ସଭା ଆଗରେ ନିଜକୁ ଅତ୍ମହୂତି ଦେବୁ ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି ଦେଇଛନ୍ତି ସଂଘର କର୍ମଚାରୀ ମାନେ । ବାଇଟ୧-ବଳଦେବ ଚୌହାନ (ବଲାଙ୍ଗିର ଜିଲ୍ଲା ୪ର୍ଥ କର୍ମଚାରୀ ସଂଘ ସଭାପତି ) ବାଇଟ୨-ଅରକ୍ଷିତ ବାଗ ( ସଂଘର କର୍ମକର୍ତ୍ତା ) ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ
ଓଡିଶା ଗ୍ରାମ ପଚାଂୟତ କର୍ମଚାରୀ ସଂଘର ସାମ୍ବାଦିକ ସମ୍ମିଳନୀ; ସରକାର ଦାବୀ ନମାନିଲେ ବିଧାନସଭା ଆଗରେ ନିଜକୁ ଆତ୍ମହୂତୀ ଚେତାବନୀ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

