ଢେଙ୍କାନାଳ: ଢେଙ୍କାନାଳ ଷ୍ଟାଡିୟମଠାରେ ଆମେ ଓଡ଼ିଆ ତରଫରୁ ସର୍ବଭାରତୀୟ ବାଜି ରାଉତ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଆରମ୍ଭ ହୋଇ ଯାଇଯାଇଛି। କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଟୁର୍ଣ୍ଣାମେଣ୍ଟ ଉଦଘାଟନ କରିଥିଲେ। ଉଦଘାଟନୀ ମ୍ୟାଚରେ ଓଡିଶା ଟିମ ଓ ମୁମ୍ବାଇର କାଙ୍କେର ଟିମ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା।
୨ଟିମ ଅତି ସୁନ୍ଦର ଖେଳପଦର୍ଶନ କରି ହଜାର ହଜାର ସଂଖ୍ୟା ଦର୍ଶନ ମାନଙ୍କୁ ବାନ୍ଧି ରଖିଥିଲେ।ଷର୍ଘର୍ସପୂର୍ଣ୍ଣ ମ୍ୟାଚର ଶେଷରେ ମୁମ୍ବାଇର କାଙ୍କେର ଟିମ ୧/୦ରେ ବିଜୟ ଲାଭ କରିଥିଲା ।
ଆଜି ଠାରୁ ଆଠ ତାରିଖ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଢେଙ୍କାନାଳ, ଅନୁଗୁଳ ଓ ତାଳଚେରରେ ଅନୁଷ୍ଠିତ ହେବ। ଏହି ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଆଠ ତାରିଖରେ ତାଳଚେର ଠାରେ ଆୟୋଜିତ ହେବାର ସୁଚନା ଦିଆଯାଇଛି।
powered by social2s

