କଟକ: ୨ବର୍ଷ କଟକଣା ପରେ ଚଳିତ ବର୍ଷ ଜମିବ ବାଲିଯାତ୍ରାର ଆସରା। ପ୍ରାଚୀନ କଳିଙ୍ଗ ନୌବାଣିଜ୍ୟ ପରମ୍ପରା ବହନ କରୁଥିବା ବାଲିଯାତ୍ରାର ଗୌରବମୟ ଇତିହାସକୁ ଉଜ୍ଜୀବିତ କରିବାର ଲକ୍ଷ୍ୟରେ ଆସନ୍ତାକାଲି ତା.୦୮/୧୧/୨୨ରିଖ ମଙ୍ଗଳବାର ଠାରୁ ତା.୧୬/୧୧/୨୨ରିଖ ବୁଧବାର ପର୍ଯ୍ୟନ୍ତ ୮ଦିନ ଧରି ପୁଣ୍ୟତୋୟା ମହାନଦୀର ବିସ୍ତୀଣ୍ଣ ବାଲୁକା ଶଯ୍ୟାରେ ଐତିହାସିକ “ବାଲିଯାତ୍ରା କଟକ ଉତ୍ସବ - ୨୦୨୨” ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ଜିଲ୍ଲାପାଳ ତଥା ଅଧ୍ୟକ୍ଷ , ଜିଲ୍ଲା ସଂସ୍କୃତି ପରିଷଦ , କଟକଙ୍କ ପୌରୋହିତ୍ୟରେ ଆସନ୍ତାକାଲି ସଂଧ୍ୟା ଘ୫.୩୦ମି . ସମୟରେ ଶ୍ରୀଯୁକ୍ତ ନିରଞ୍ଜନ ପୂଜାରୀ , ମାନ୍ୟବର ମନ୍ତ୍ରୀ , ଅର୍ଥ ଓ ଅବକାରୀ , ଓଡିଶା ମୁଖ୍ୟଅତିଥ୍ ଭାବେ ଯୋଗଦାନ କରି “ବାଲିଯାତ୍ରା କଟକ ଉତ୍ସବ -୨୦୨୨” ର ଶୁଭ ଉଦ୍ଘାଟନ କରିବେ ।
ବାଲିଯାତ୍ରା ପାଇଁ କମିଶନରେଟ୍ ପୋଲିସ୍ ପକ୍ଷରୁ କଟକରେ ୫୦ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି। ଉପର ପଡିଆରେ ଗୋଟିଏ ଓ ତଳ ପଡ଼ିଆରେ ୩ଟି ପୋଲିସ୍ ସପୋର୍ଟ ସିସ୍ଟମ୍ ଖୋଲାଯିବା ସହ ମୋଟ୍ ୨୦ଟି ପୋଲିସ୍ ଏଡ୍ ଫୋର୍ସ କାର୍ଯ୍ୟକ୍ଷମ ହେବ। ସେହିପରି ଅଗ୍ନିଶମ ବିଭାଗ ପକ୍ଷରୁ ୫ଟି ଅସ୍ଥାୟୀ ଦମକଳ କେନ୍ଦ୍ର ରହିବ। ଏ ବର୍ଷ ଭୁବନେଶ୍ୱର ବାଲିଯାତ୍ରା ମଧ୍ଯ କାଲିଠାରୁ ଆରମ୍ଭ ହେବ। ଭୁବନେଶ୍ୱରରେ କାଲିଠାରୁ ୮ଦିନ ଧରି ଚାଲିବ ବାଲିଯାତ୍ରା। ଭୁବନେଶ୍ୱର ବାଲିଯାତ୍ରାରେ ପ୍ରାୟ ୩୦୦ଟି ଷ୍ଟଲ୍ ପଡିଛି। ପ୍ରତି ସନ୍ଧ୍ଯାରେ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ଯ ଆୟୋଜନ କରାଯିବ ।ବାଲିଯାତ୍ରା ଯୋଗୁ ହେବାକୁ ଥିବା ଭିଡ଼କୁ ଦୃଷ୍ଟିରେ ରଖି ଟ୍ରାଫିକ୍ ସମସ୍ୟା ଉପରେ ଗୁରୁତ୍ବ ଦିଆଯାଇଛି। ନିୟମ ନମାନି ଗାଡି ପାର୍କିଂ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ। ଅନିୟମିତ ଗାଡି ପାର୍କିଂ କଲେ ଗାଡ଼ି ଉଠାଇ ନେବ ପୋଲିସ୍।
କାଲିଠାରୁ ଆରମ୍ଭ ହେବ କଟକ ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

