ଏଥର କଟକ ବାଲିଯାତ୍ରା ବୁଲାଇବ ମୋବାଇଲ୍ ଆପ୍

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

କଟକ: ଚଳିତବର୍ଷ ଜନସାଧାରଣଙ୍କୁ କଟକ ବାଲିଯାତ୍ରା ବିଷୟରେ ସବିଶେଷ ତଥ୍ଯ ପ୍ରଦାନ କରିବା ନିମନ୍ତେ ଆରମ୍ଭ କରାଯିବ ଏକ ସ୍ବତନ୍ତ୍ର ମୋବାଇଲ୍ ଆପ୍ଲିକେସନ୍। ଆସନ୍ତାକାଲି ଦିନ ୧୨ଟା ପରେ "ଆମ ବାଲିଯାତ୍ରା" ଆପ୍ କୁ ଗୁଗୁଲ୍ ପ୍ଲେ ଷ୍ଟୋର୍ ରୁ ଡାଉନଲୋଡ୍ କରିହେବ। ଏହି ଆପ୍ ବ୍ୟବସାୟ ପ୍ରତିଷ୍ଠାନର ଅବସ୍ଥାନ ଚିହ୍ନଟ କରିବାରେ ସହାୟକ ହେବ। ଜି.ଆର୍.ପି.ଏସ୍ ଅନ୍ତର୍ଭୁକ୍ତ ହେବେ ସମସ୍ତ ବ୍ଯବସାୟୀ, ବୋଲି ସୂଚନା ଦେଇଛନ୍ତି କଟକ ମହାନଗର ନିଗମର କମିଶନର ନିଖିଲ ପବନ କଲ୍ୟାଣ। ଶୌଚାଳୟ, ପାର୍କିଂ, ଟ୍ରାଫିକ ପରିଚାଳନା ସମ୍ପର୍କୀୟ ସମସ୍ତ ତଥ୍ଯ ଏହି ଆପ୍ ମାଧ୍ଯମରେ ମିଳିପାରିବ। ବିଭିନ୍ନ ସାଂସ୍କୃତିକ ଓ ସରକାରୀ କାର୍ଯ୍ୟକ୍ରମ ଏବଂ ସହାୟତା କେନ୍ଦ୍ର ସମ୍ପର୍କିତ ସୂଚନା ଉପଲବ୍ଧ ହେବ।

powered by social2s