ଭୁବନେଶ୍ୱର: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉତ୍ସବ ଅବସରରେ ଭୁବନେଶ୍ୱର ବିନ୍ଦୁ ସାଗରରେ ଡଙ୍ଗା ଭସାଇଲେ ହଜାର ହଜାର ଶ୍ରଦ୍ଧାଳୁ। ଗ୍ରହଣ ଥିବାରୁ ରାତି ୨ଟା ରୁ ବିନ୍ଦୁ ସାଗର ପୁଷ୍କରିଣୀକୁ ଭକ୍ତଙ୍କ ସୁଅ ଛୁଟିଥିଲା। ଦୀର୍ଘ ଦୁଇ ବର୍ଷ ପରେ ଧୁମ୍ ଧାମ୍ ରେ ପାଳନ ହେଉଛି ବୋଇତ ବନ୍ଦାଣ ଉତ୍ସବ। ଉତ୍କଳୀୟ ପରମ୍ପରାକୁ ମନେ ପକାଇ ବିଭିନ୍ନ ଜଳାଶୟରେ ଡଙ୍ଗା ଭସାଇଲେ ହିନ୍ଦୁ ଧର୍ମାବଲମ୍ବୀ। ଦେବାଳୟ ମାନଙ୍କରେ ଭୋର ରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ପୁରୀ ଶ୍ରୀମନ୍ଦିରରେ ରାଜଧିରାଜ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ ଜଗନ୍ନାଥ।
powered by social2s

