ଭୁବନେଶ୍ୱର: ଆଜି ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ। ଅପରାହ୍ନ ୨ଟା ୩୯ ମିନିଟ ୧୪ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ହୋଇ ସନ୍ଧ୍ୟା ୬ଟା ୧୯ ମିନିଟ ୦୫ ସେକେଣ୍ଡରେ ସର୍ବମୋକ୍ଷ ହେବ। ଗୋଟିଏ ସରଳ ରେଖାରେ ସୁର୍ଯ୍ୟ, ପୃଥିବୀ ଓ ଚନ୍ଦ୍ର ରହିବେ। ପଠାଣିସାମନ୍ତ ପ୍ଲାନେଟାରିଅମର ଉପନିର୍ଦେଶକ ଡାକ୍ତର ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି ଯେ ସନ୍ଧ୍ୟା ୫:୦୫ ରେ ଚନ୍ଦ୍ର ଉଦୟ ହେବ। ଭୁବନେଶ୍ୱରବାସୀ ସନ୍ଧ୍ୟା ୫:୧୧ ରୁ ୫:୨୬ ଯାଏଁ ଖାଲି ଆଖିରେ ଆଂଶିକ ଚନ୍ଦ୍ରଗ୍ରହଣ ଦେଖିପାରିବେ। ତେବେ ଗ୍ରହଣରେ ପାକତ୍ୟାଗ ପାଇଁ ସଂସ୍କୃତି ଗବେଷକ ମାନେ ମତ ରଖିଥିବା ବେଳେ ହେତୁବାଦୀ ଏହାକୁ ବିରୋଧ କରୁଛନ୍ତି।
powered by social2s

