ଭୁବନେଶ୍ୱର: ଚନ୍ଦ୍ରଗ୍ରହଣରେ ପାକତ୍ୟାଗକୁ କେନ୍ଦ୍ର କରି ଭୁବନେଶ୍ୱର ଓ ବ୍ରହ୍ମପୁରରେ ମୁହାଁମୁହିଁ ହେଲେ ହେତୁବାଦୀ-ପରମ୍ପରାବାଦୀ। ରାଜଧାନୀର ଲୋହିୟା ଏକାଡେମୀରେ ହେତୁବାଦୀ-ପରମ୍ପରାବାଦୀ ମୁହାଁମୁହିଁ ହୋଇଥିଲେ । ଚନ୍ଦ୍ରଗ୍ରହଣରେ ପାକତ୍ୟାଗକୁ କେନ୍ଦ୍ର କରି ଭୁବନେଶ୍ୱର ଲୋହିୟା ଏକାଡେମୀରେ ହେତୁବାଦୀ-ପରମ୍ପରାବାଦୀ ପିଟାପିଟିର ଖବର ଆସିଛି। ପରସ୍ପରକୁ ବିଧା, ଗୋଇଠା ମାରିବାସହ ପରସ୍ପର ଉପରେ ଢେଲାପଥର ଓ ଗୋବର ମାଡ଼ କଲେ ହେତୁବାଦୀ-ପରମ୍ପରାବାଦୀ । ହେତୁବାଦୀଙ୍କ ପକ୍ଷରୁ ଏକ ଆଲୋଚନାଚକ୍ର ସହ ଖାଦ୍ୟ ଗ୍ରହଣର କାର୍ଯ୍ୟକ୍ରମ ଚାଲିଥିବା ବେଲେ ପରମ୍ପରାବାଦୀ ମାନେ ସେଠାରେ ପହଞ୍ଚି ପ୍ରତିବାଦ କରିଥିଲେ। ବ୍ରହ୍ମପୁରରେ ମଧ୍ଯ ହେତୁବାଦୀଙ୍କ ସମ୍ମିଳନୀକୁ ବିରୋଧ କରି ପହଞ୍ଚିଥିଲେ ପରମ୍ପରାବାଦୀ। ହେତୁବାଦୀଙ୍କ ପକ୍ଷରୁ ଆୟୋଜିତ ହୋଇଥିବା ଏକ ସାମୁହିକ ଭୋଜନକୁ ବିରୋଧ କରିଥିଲେ ବଜରଙ୍ଗ ଦଳ କର୍ମୀ ଓ ପରମ୍ପରବାଦୀ। ହେତୁବାଦୀ ମାନେ ଲଗାଇଥିବା ଏକ ବ୍ୟାନର କୁ ଚିରି ଦେଇ ଗୋବର ମାଡ଼ କରିଥିଲେ ପରମ୍ପରବାଦୀ। ପରେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ଲାଠିଚାର୍ଜ କରିଥିଲା।
ଭୁବନେଶ୍ୱର ଓ ବ୍ରହ୍ମପୁରରେ ହେତୁବାଦୀ-ପରମ୍ପରାବାଦୀ ମୁହାଁମୁହିଁ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

