ଆରମ୍ଭ ହେଲା କଟକର ଐତିହାସିକ ବାଲିଯାତ୍ରା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

କଟକ: ଆଜିଠୁ ଆରମ୍ଭ ହେଲା କଟକର ଐତିହାସିକ ବାଲିଯାତ୍ରା। ୨ବର୍ଷ ପରେ ଚଳିତବର୍ଷ ଚଳଚଞ୍ଚଳ ହୋଇ ଉଠିଛି ବାଲିଯାତ୍ରା ପଡିଆ। ମୋଟ୍ ୧୭୦୦ ଷ୍ଟଲ୍ ସହ ଜମିଛି ବାଲିଯାତ୍ରାର ଆସରା। ଆଜି ସାଢେ ୫ଟାରେ ଐତିହାସିକ ବାଲିଯାତ୍ରା ଉଦ୍‌ଘାଟିତ ହୋଇଯାଇଛି। ଓଡିଶା ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ପ୍ରଦୀପ ଅମାତ ଐତିହାସିକ ବାଲିଯାତ୍ରାକୁ ଉଦଘାଟନ କରିଛନ୍ତି। ଉଦଘାଟନୀ କାର୍ଯକ୍ରମରେ କଟକ ମେୟର ସୁବାସ ସିଂ, ସାଂସଦ ଭର୍ତ୍ତୃହରି ମହତାବ, ସାଂସଦ ରାଜଶ୍ରୀ ମଲ୍ଲିକ, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗ ଦେଇଥିଲେ । ବାଲିଯାତ୍ରା ପାଇଁ ୫୦ ପ୍ଲାଟୁନ ପୋଲିସ୍ ଫୋର୍ସ ସହ କକମିସନରେଟ ପୁଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

powered by social2s