ଭୁବନେଶ୍ୱର: ସଦଗୁରୁ ବାବା ବୈକୁଣ୍ଠନାଥ ଆଚାର୍ଯ୍ଯଙ୍କ ଜଉଲକା ସ୍ଥିତ ଆନନ୍ଦ ଧାମ୍ ଆଶ୍ରମରେ ୧୦୦ ତମ ଶ୍ରୀଜଗନ୍ନାଥ ପଞ୍ଚରାତ୍ର ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୨୪ ବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବାବା ସତ୍ୟାନନ୍ଦ ଦାସ ମହାରାଜ, ମା ସୁଭଦ୍ରା ଙ୍କ ମୁଖ୍ୟ ବାଡଗ୍ରାହି ଶ୍ରୀ ରାମଚନ୍ଦ୍ର ଦାସ ମହାପାତ୍ର, ଛପନଭୋଗ ମୁଖ୍ୟ ଶ୍ରୀ ବିଶ୍ଵନାଥ ସାମନ୍ତରାୟ, ଡ ଭାସ୍କର ମିଶ୍ର, ପୁରୀ ବିଧାୟକ ଶ୍ରୀଯୁକ୍ତ ଜୟନ୍ତ ଷଡଙ୍ଗୀ, ଶ୍ରୀ ପ୍ରଭାକର ମଲ୍ଲିକ, ନିରଞ୍ଜନ ଦାଶ ଓ ବୈକୁଣ୍ଠନାଥ ମହାପାତ୍ର, ବାବା ଙ୍କ ଆଶ୍ରମ ର ସଭାପତି ଓ ଅନ୍ୟନ୍ୟ ବରିଷ୍ଠ କର୍ମକର୍ତ୍ତା ଙ୍କ ଦ୍ଵାରା ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ ର ସମ୍ପାଦକ ଡ ନାରାୟଣ ମହାପାତ୍ର ମୁଖ୍ୟ ଉପଦେଷ୍ଟା ଶ୍ରୀ ପ୍ରଭାତ କୁମାର ନନ୍ଦ ସମ୍ଵର୍ଦ୍ଧିତ ହୋଇଛନ୍ତି। ଏହି ଅପ୍ରତ୍ୟାଶିତ ସମ୍ଵର୍ଦ୍ଧନା ଆମକୁ ବହୁତ ଆନନ୍ଦ ଦେବାସହ ଏହା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ହୋଇ ପାରିଲା, ଏଥି ନିମନ୍ତେ ଆମେ ବାବା ସତ୍ୟାନନ୍ଦ ଦାସ ମହାରାଜ ଓ ଅନ୍ୟାନ୍ୟ ଉପସ୍ଥିତ ଅତିଥି ମାନଙ୍କୁ ହୃଦୟ ରୁ କୃତଜ୍ଞତା ଜଣାଉଛୁ । ଏହି ସମ୍ଵର୍ଦ୍ଧନା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଙ୍କ ସେବା ସେବକ ହିସାବରେ କରିବାକୁ ଆମକୁ ପ୍ରେରଣା ଯୋଗାଇବ, ଏହି ମୁହୂର୍ତ୍ତ ଆମ ଜୀବନ ର ଶ୍ରେଷ୍ଠ ସମୟ ଅଟେ, ସମସ୍ତେ ଭଲରେ ରୁହନ୍ତୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ସମସ୍ତଙ୍କର କଲ୍ଯାଣ ହେଉ ବୋଲି କହିଛନ୍ତି ଡ ନାରାୟଣ ମହାପାତ୍ର।
ସଦଗୁରୁ ବାବା ବୈକୁଣ୍ଠନାଥ ଆଚାର୍ଯ୍ଯଙ୍କ ଜଉଲକା ସ୍ଥିତ ଆନନ୍ଦ ଧାମ୍ ଆଶ୍ରମରେ ୧୦୦ ତମ ଶ୍ରୀଜଗନ୍ନାଥ ପଞ୍ଚରାତ୍ର ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୨୪ ବେଶ କାର୍ଯ୍ୟକ୍ରମ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

