ଭୁବନେଶ୍ୱର: ଉଇନର ଅସସୋସିଏସନ, ସହିଦନଗର, ଭୁବନେଶ୍ୱର ପକ୍ଷରୁ କାର୍ତ୍ତିକ ପୁର୍ଣିମା ପାଳନ କରାଯାଇଛି। ପ୍ରତି ବର୍ଷ ଭଳି ଚଳିତ ବର୍ଷ ପ୍ରଥମ ଥର ପାଇଁ ପ୍ରଭୁ କାର୍ତିକେଶ୍ୱର ପୂଜା ପାଳନ ସହ କୂତ୍ରିମ ପୋଖରି କରାଯାଇ ଡଙ୍ଗା ଭଷା କାର୍ଯ୍ୟକ୍ରମ କରା ଯାଇଥିଲା ସହିଦନଗର ତଥା ଆଖ ପାଖ ଅଞ୍ଚଳର ସମସ୍ତେ ଆସି ସକାଳ ୫:୩୦ ମିନିଟ ସୁଦ୍ଧା ପୂଜା ଅର୍ଚନା କରି ଡଙ୍ଗା ଭଷାଇ ଥିଲେ। ଚଳିତ ବର୍ଷ ଗ୍ରହଣ ପଡୁଥିବାରୁ ନିର୍ଦିଷ୍ଟ ସମୟରେ ଏହି କାର୍ଯ୍ୟକ୍ରମ କରଯାଇଥିଲା। କୂତ୍ରିମ ପୋଖରୀରେ ପବିତ୍ର କାର୍ତ୍ତିକ ମାସରେ ଏହି କାର୍ଯ୍ୟକ୍ରମ ବିଗତ ୧୦ ବର୍ଷ ଧରି କରି ଆସୁଛନ୍ତି ଅନୁଷ୍ଠାନର ସଦସ୍ୟ ଓ ସଦସ୍ୟା ମାନେ । ପୂର୍ବଦିନ ମଧ୍ଯ ହବିଶ ଭୋଜନରେ ବହୁ ସଂଖ୍ୟାରେ ଲୋକ ମାନେ ଯୋଗ ଦେଇଥିଲେ।
powered by social2s

