ଭୁବନେଶ୍ୱର : ଆସନ୍ତା ୧୪ ତାରିଖ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ତଥା ଚାଚା ନେହେରୁଙ୍କ ଜନ୍ମଦିନ ଅବସରରେ ଓଡିଶା ସିଟିଜେନ ଫୋରମ ତରଫରୁ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ସଂନ୍ଧ୍ୟାରେ କିଡ୍ସ ଫେଶନ ଶୋ ଆୟୋଜିତ ହେଉଛି l ଆଜି ହୋଟେଲ ଚାରୁ ସାଗର ରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଫୋରମର ସଭାପତି ଚିନ୍ମୟ ସୁନ୍ଦର ଦାସ କହିଛନ୍ତି ଯେ, ଖଦିର ପ୍ରଚାର ଓ ପ୍ରସାର ପାଇଁ ଶିଶୁ ଦିବସରେ ଶିଶୁ ମାନଙ୍କୁ ନେଇ ଏହି ଶୋ କରାଯିବ l ଏବଂ ଭୁବନେଶ୍ୱର ସହର ଓ ଉପକଣ୍ଠରେ ଥିବା ସ୍କୁଲର ପିଲାମାନେ 3ଟି ଗ୍ରୁପରେ ଭାଗ ନେଇପାରିବେ l ଏହି ଅବସରରେ ଶୋ ର ନିର୍ଦେଶକ ସତ୍ୟବ୍ରତ ଜେନା କହିଥିଲେ ଯେ, ଶିଶୁମାନେ ସେମାନଙ୍କ ଖଦିବସ୍ତ୍ର ବ୍ୟବହାର କରି ଏହି ଶୋ ରେ ଭାଗ ନେଇ ନିଜସ୍ୱ ପ୍ରତିଭା ଦେଖେଇବା ଯେତିକି ଗୁରୁତ୍ୱ ଦିଆଯିବ ତାଠୁ ଅଧିକ ଗୁରୁତ୍ୱ ଦିଆଯାଉଛି ପ୍ରତିଯୋଗୀ ମାନେ ଖଦି ଓ ଚାଚା ନେହେରୁଙ୍କୁ କେତେ ଜାଣିଛନ୍ତି l ଏନେଇ ପିଲାଙ୍କୁ କିଛି କିଛି ପ୍ରଶ୍ନ ପଚରାଯିବ l ତେବେ ଭାଗ ନେବାକୁ ଇଛୁକ ପ୍ରତିଯୋଗୀ ମାନେ ସେମାନେ ସିଟିଜେନ ଫୋରମ ର ୱେବସାଇଟକୁ ଯାଇ ରେଜିଷ୍ଟ୍ରସନ କରିପାରିବେ ବୋଲି ଶ୍ରୀ ଜେନା କହିଛନ୍ତି l Registration link- https://odishacitizenforum.org/
ଶିଶୁ ଦିବସରେ କିଡ୍ସ ଫେଶନ ଶୋ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

