କୋରାପୁଟ / ଜୟପୁର :( ତ୍ରିନାଥ ପଟ୍ଟନାୟକ ): କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଜୟପୁର ତରଫରୁ ମାଣ୍ଡିଆ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୀମାଞ୍ଚଳ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାଣ୍ଡିଆ ଉତ୍ପାଦନରେ କୋରାପୁଟ ଜିଲ୍ଲାର ଭୂମିକା , ମାଣ୍ଡିଆର ଉପକାରିତା,ମାଣ୍ଡିଆ ପ୍ରସ୍ତୁତି ସାମଗ୍ରୀର ଚାହିଦା ଉପରେ ବିଦ୍ୟାଳୟର ଶିକ୍ଷକ ଯଜ୍ଞେଶ୍ୱର ପଣ୍ଡା , ବିଶ୍ୱରଞ୍ଜନ ଗୌଡ଼ ,ପ୍ରକାଶ ଚନ୍ଦ୍ର ପଟ୍ଟନାୟକ,ପ୍ରଭାତ କୁମାର ରଥ ଆଲୋକପାତ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ " No Maggie Only Ragi " ନାମକ ଏକ ଭୂମିକା ଅଭିନୟ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ , ପ୍ରଭାତ କୁମାର ରଥ , ସାଗରିକା ପାତ୍ର ଏବଂ ସୁବର୍ଣ୍ଣ କୁମାରୀ ଖିଲ ପରିଚାଳନା କରିଥିଲେ ।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ଏନ. ପଦ୍ମାବତୀ,ଭଗବାନ ସାବତ, ଦୁର୍ଗା ପ୍ରସାଦ ପାତ୍ର , ହିତକର ଚରତି, ସୋମନାଥ ସାକିଆ, ପ୍ରଭାକର ମହାରଣାଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା କର୍ମଚାରୀ ଉପସ୍ଥିତ ଥିଲେ ।
ଜୟପୁର ସରକାରୀ ଉଚ୍ଚ ବିଦ୍ୟାଳୟ ମାଣ୍ଡିଆ ଦିବସ ପାଳିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

